ବିଜେପି ସାଂସଦଙ୍କ ଅଶାଳୀନ ମନ୍ତବ୍ୟ ପରେ ରାହୁଲ ଗାନ୍ଧୀଙ୍କୁ ଭେଟିଲେ ବିଏସପି ସାଂସଦ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଶୁକ୍ରବାର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ବିଜେପି ସାଂସଦ ରମେଶ ବିଧୁରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଯିଏକି ବିଏସପି ସାଂସଦ ଦାନିଶ ଅଲ୍ଲୀଙ୍କ ବିରୋଧରେ ଘୃଣ୍ୟ ମନ୍ତବ୍ୟ ଦେଇଥିଲେ।

Omkar Vasthu
Omkar Vasthu

ଅଧୀର ଚୌଧୁରୀ ତାଙ୍କ ଚିଠିଲେ କହିଛନ୍ତି ଯେ ଚନ୍ଦ୍ରଯାନ-3 ଅଭିଯାନର ସଫଳତା ଉପରେ ଆଲୋଚନା ସମୟରେ ଘଟିଥିବା ଏହି ଘଟଣା ଅପ୍ରତ୍ୟାଶିତ, ଦୁର୍ଭାଗ୍ୟଜନକ ଏବଂ ଅସ୍ୱାଭାବିକ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ବିରୋଧୀ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୋଧରେ ମାନସିକତାକୁ ମଧ୍ୟ ପ୍ରତିଫଳିତ କରୁଛି।

Pearl dental clinic
Near Ashish Medical Store, Bhawanipatna

ଚୌଧୁରୀ ଲେଖିଛନ୍ତି, ଗୃହର ରେକର୍ଡରୁ ଏହି ମନ୍ତବ୍ୟକୁ ହଟାଇଦେବା କୌଣସି ଅର୍ଥପୂର୍ଣ୍ଣ ପ୍ରଭାବ ପକାଇବ ନାହିଁ। ପରିସ୍ଥିତିକୁ ବିଚାରକୁ ନେବା ସହ ଗୃହ କାର୍ଯ୍ୟ ସମ୍ପର୍କିତ ସମସ୍ତ ନିୟମ ଓ ବିଧିର ଉଲ୍ଲଙ୍ଘନ। କେବଳ ପ୍ରିଭିଲେଜ କମିଟି ଦ୍ୱାରା ଏହି ବିଷୟର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯାଇ ଦୋଷୀ ସଦସ୍ୟ ରମେଶ ବିଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଯଥାର୍ଥ ହେବ।

Udyog Nursery
Udyogi Nursery

ଅନ୍ୟପଟେ ଆଜି ଦାନିଶ ଅଲ୍ଲୀ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କେସି ବେଣୁଗୋପାଳଙ୍କୁ ଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଥିଲେ। ଏହାପରେ ଗାନ୍ଧୀ ଟ୍ବିଟ୍ କରି କହିଥିଲେ ଘୃଣା ବଜାରରେ ପ୍ରେମର ଦୋକାନ।

ଅଲ୍ଲୀ କହିଛନ୍ତି ଯେ, ଯଦି ବିଧୁରୀଙ୍କ ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ସେ ଗୃହର ସଦସ୍ୟତା ଛାଡିବା ଉପରେ ବିଚାର କରିପାରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକେ ତାଙ୍କୁ ଘୃଣା ଭାଷଣ ଶୁଣିବା ପାଇଁ ନିର୍ବାଚିତ କରିନାହାନ୍ତି।

ଚନ୍ଦ୍ରଯାନ-୩ ଅଭିଯାନର ସଫଳତା ନେଇ ଲୋକସଭାରେ ଆଲୋଚନା ବେଳେ ଗୁରୁବାର ରାତିରେ ଅଲ୍ଲୀଙ୍କୁ ଟାର୍ଗେଟ୍ କରି ବିଧୁରୀ କେତେକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.