ଦେଶକୁ ମିଳିବ ଆଉ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ, ଆସନ୍ତାକାଲି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଲଗାତାର ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ସଂଖ୍ୟାକୁ ବୃଦ୍ଧି କରୁଛି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ଅପରାହ୍ନ ସାଢେ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏକା ସାଙ୍ଗରେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଇବେ । ଏହି ନୂତନ ବନ୍ଦେ ଭାରତ ଟ୍ରେନ୍ ଗୁଡ଼ିକ ସମଗ୍ର ଦେଶରେ ଯୋଗାଯୋଗରେ ଉନ୍ନତି ଆଣିବା ଏବଂ ରେଳ ଯାତ୍ରୀମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ପଦକ୍ଷେପ । ଏହି ୯ଟି ଟ୍ରେନ୍ ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, କେରଳ, ଓଡ଼ିଶା, ଝାଡ଼ଖଣ୍ଡ ଓ ଗୁଜରାଟ ଭଳି ୧୧ଟି ରାଜ୍ୟରେ ଯୋଗାଯୋଗ ବୃଦ୍ଧି କରିବ ।

Omkar Vasthu
Omkar Vasthu

ଏହି ବନ୍ଦେ ଭାରତ ଟ୍ରେନ୍ ଗୁଡ଼ିକ ସେମାନଙ୍କ ଚଳାଚଳ ମାର୍ଗରେ ଦ୍ରୁତତମ ଟ୍ରେନ୍ ହେବ ଏବଂ ଯାତ୍ରୀଙ୍କ ଯଥେଷ୍ଟ ସମୟ ସଞ୍ଚୟ କରିବାରେ ସହାୟକ ହେବ । ଏହି ମାର୍ଗରେ ଚଳାଚଳ କରୁଥିବା ବର୍ତ୍ତମାନର ଦ୍ରୁତତମ ଟ୍ରେନ୍ ତୁଳନାରେ ରାଉରକେଲା – ଭୁବନେଶ୍ୱର- ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ କାସରଗୋଡ – ତିରୁଅନନ୍ତପୁରମ ବନ୍ଦେ ଭାରତ ଏକ୍ସପ୍ରେସ୍ ପ୍ରାୟ ୩ ଘଣ୍ଟା ଦ୍ରୁତ ହେବ । ହାଇଦ୍ରାବାଦ- ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଆଗୁଆ ଚାଲିବ । ତିରୁନେଲଭେଲି – ମଦୁରାଇ – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍ ୨ ଘଣ୍ଟାରୁ ଅଧିକ ସମୟ ଆଗୁଆ ଚାଲିବ । ରାଞ୍ଚି- ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌, ପାଟନା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ଜାମନଗର-ଅହମ୍ମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ୍ ପ୍ରାୟ ୧ ଘଣ୍ଟା; ଏବଂ ଉଦୟପୁର – ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ ପ୍ରାୟ ଅଧ ଘଣ୍ଟା ଦ୍ରୁତ ଗତିରେ ଚାଲିବ ।

Pearl dental clinic
Near Ashish Medical Store, Bhawanipatna

ଦେଶର ଗୁରୁତ୍ୱପୂର୍ଣ୍ଣ ଧାର୍ମିକସ୍ଥଳୀ ଗୁଡ଼ିକର ଯୋଗାଯୋଗରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ରାଉରକେଲା – ଭୁବନେଶ୍ୱର – ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ତିରୁନେଲଭେଲି – ମଦୁରାଇ – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସହର ପୁରୀ ଏବଂ ମଦୁରାଇକୁ ସଂଯୋଗ କରିବ । ଏଥିସହିତ ବିଜୟୱାଡ଼ା – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ୍ ରେନିଗୁଣ୍ଟା ମାର୍ଗ ଦେଇ ଚଳାଚଳ କରିବ ଏବଂ ତିରୁପତି ତୀର୍ଥସ୍ଥଳକୁ ସଂଯୋଗ ପ୍ରଦାନ କରିବ ।

Udyog Nursery
Udyogi Nursery

ଏହି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଦେଶରେ ରେଳ ସେବାର ଏକ ନୂତନ ମାନଦଣ୍ଡ ଆରମ୍ଭ କରିବ । କବଚ ଟେକ୍ନୋଲୋଜି ସମେତ ବିଶ୍ୱସ୍ତରୀୟ ସୁବିଧା ଏବଂ ଉନ୍ନତ ନିରାପତ୍ତା ବୈଶିଷ୍ଟ୍ୟରେ ସଜ୍ଜିତ ଏହି ଟ୍ରେନ୍ ସାଧାରଣ ଲୋକ, ପେଶାଦାର, ବ୍ୟବସାୟୀ, ଛାତ୍ର ସମୁଦାୟ ଏବଂ ପର୍ଯ୍ୟଟକ ମାନଙ୍କୁ ଆଧୁନିକ, ଦ୍ରୁତ ଏବଂ ଆରାମଦାୟକ ଯାତ୍ରା ମାଧ୍ୟମ ଯୋଗାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.