ପିତୃପକ୍ଷ ଓ ଶ୍ରାଦ୍ଧ 

ସୁନୀଲ କୁମାର ଧଙ୍ଗଡାମାଝୀ

ନିଜର ପରଲୋକଗତ ପିତୃପୁରୁଷଙ୍କୁ ଶ୍ରଦ୍ଧା ପୂର୍ବକ ଶୁଦ୍ଧ ବ୍ୟଞ୍ଜନ ସହିତ ଦୁଧ, ଦହି ଓ ଘିଅ ଦେବାର ପରମ୍ପରାର ଅନ୍ୟନାମ ଶ୍ରାଦ୍ଧ ଅଟେ । ଭାରତ ଏପରି ଏକ ଦେଶ ଯେଉଁଠି ଜୀବିତ ବ୍ୟକ୍ତି ସଙ୍ଗେ ସଙ୍ଗେ ପୂର୍ବପୁରୁଷଙ୍କୁ ମଧ୍ୟ ସମ୍ମାନ କରାଯାଏ । ‘ଶ୍ରାଦ୍ଧ’ ଏପରି ଏକ କର୍ମ ଯେଉଁଠି ମନୁଷ୍ୟ ଆପଣା ପରଲୋକଗତ ପୂର୍ବପୁରୁଷଙ୍କୁ ସମ୍ମାନ ଓ କୃତଜ୍ଞତା ଜ୍ଞାପନ କରିଥାଏ । ସ୍କନ୍ଦ ପୁରାଣର କଥା ଅନୁସାରେ ଥରେ ରାଜା କରିନ୍ଦମ ଶୈବ ମହାଯୋଗୀ ମହାକାଳଙ୍କୁ ପଚାରିଲେ ‘ଭଗବାନ ମୋର ମନରେ ଏହି ସଂସୟ ଜାତ ହେଉଛିକି ମନୁଷ୍ୟ ଦ୍ବାରା ପିତୃ ପୁରୁଷଙ୍କ ଉଦ୍ଦେଷ୍ୟରେ ତର୍ପଣ, ପିଣ୍ଡଦାନ ଆଦି ଯେଉଁ ସବୁ କାର୍ଯ୍ୟ କରାଯାଏ ଜଳ, ପିଣ୍ଡ ଓ ଅନ୍ୟାନ୍ୟ ପଦାର୍ଥ ଏଠାରେ ରହିଯାଏ ତେବେ କିପରି ଏହା ପିତୃଲୋକରେ ପହଞ୍ଚେ ଓ ପିତୃଗଣ ମୁକ୍ତି ପାଆନ୍ତି ?’ ରାଜା କରିନ୍ଦମଙ୍କ ସନ୍ଦେହ ମୋଚନ କରିବାକୁ ମହାଯୋଗୀ ମହାକାଳ କହିଲେ – ‘ରାଜନ, ଦେବତା ଓ ପିତୃଗଣଙ୍କ ଯୋନୀହିଁ ଏମିତିକି ସେମାନେ ଦୂରରୁ ଯେ କୌଣସି କଥା ସୁଣି ନିଅନ୍ତି, ଦୂରରୁ ପୂଜା ମଧ୍ୟ ଗ୍ରହଣ କରି ନିଆନ୍ତି ଓ ଦୂରର ସ୍ତୁତିରେ ସନ୍ତୋଷ ହୋଇଯାଆନ୍ତି । ଏମାନେ ତିନି ଲୋକକୁ ଜାଣିଥାଆନ୍ତି ଓ ସର୍ବତ୍ର ପହଞ୍ଚି ପାରନ୍ତି । ଏମାନଙ୍କ ଶରୀରରେ ତତ୍ତ୍ବ ରୂପରେ ଭଗବାନ ପୁରୁଷୋତ୍ତମ ନିବାସ କରିଥାନ୍ତି । ତେଣୁ ଦେବତା ଓ ପିତୃ ଲୋକମାନେ ରଶ ଓ ଗନ୍ଧ ତତ୍ତ୍ବରେ ତୃପ୍ତିଲାଭ କରିଥାନ୍ତି । ଏମାନେ ସ୍ପର୍ଶ ତତ୍ତ୍ବକୁ ଗ୍ରହଣ କରିନିଅନ୍ତି ଓ ପବିତ୍ରତାକୁ ଦେଖି ପରମ ତୃପ୍ତି ଲାଭ କରିଥାନ୍ତି । ଅନ୍ନ ଯେପରି ମନୁଷ୍ୟର ଆହାର ଘାସ ଯେପରି ପଶୁର ଆହାର ସେହିପରି ଅନ୍ନର ସାରତତ୍ତ୍ବହିଁ ପିତୃଗଣଙ୍କ ଆହାର । ଶୋଷ ଯେଉଁ ସ୍ଥୁଳ ବସ୍ତୁ ଅଟେ ସେମାନେ ଏଠାରେ ସ୍ଥିତ ହୋଇ ରହି ଯାଆନ୍ତି ।’
‘ଯମ ସୃତି’ ରେ କୁହାଯାଇଛି ମନ୍ତ୍ରବେତ୍ତା ବ୍ରାହ୍ମଣଙ୍କ ଶରୀରରେ ସ୍ଥିତରହି ପିତୃଗଣ ସେମାନଙ୍କ ଆହାର ଗ୍ରହଣ କରନ୍ତି । ଏହି ସଂଦର୍ଭରେ ପଦ୍ମ ପୁରାଣରେ ଲେଖା ଯାଇଛିକି ଭଗବାନ ଶ୍ରୀରାମ ସୃତି ମାନଙ୍କ ବିଧାନ ଅନୁସାରେ ‘ଶ୍ରାଦ୍ଧ’ ର ଆୟୋଜନ କରି ବ୍ରାହ୍ଣଣ ମାନଙ୍କୁ ଭୋଜନ କରାଇଲେ । ଯେତେବେଳେ ଶ୍ରାଦ୍ଧ କର୍ମ ଆରମ୍ଭ ହେଲା ସେତେବେଳେ ସୀତା ସେହି ସ୍ଥାନରୁ ଦୂରକୁ ହଟିଗଲେ । ପରେ ଶ୍ରୀରାମ ପଚାରିଲେ – ଯେତେବେଳେ ଶ୍ରାଦ୍ଧରେ ତୁମର ଆବଶ୍ୟକତା ସେତେବେଳେ ତୁମେ କାହିଁକି ଦୂରକୁ ହଟିଗଲ ? ସୀତା କହିଲେ – ଯେତେବେଳେ ଆପଣ ପିତା (ଦଶରଥ) ଙ୍କ ନାମୋଚ୍ଚାରଣ କଲେ, ସେତେବେଳେ ତାଙ୍କ ଆକୃତିର ସୁସଜ୍ଜିତ ବେଶଭୂଷାରେ ଅନ୍ୟ ଦୁଇ ପୁରୁଷ (ଅଜ,ରଘୁ) ମଧ୍ୟ ଉପସ୍ଥିତ ଥିଲେ । ପିତାଙ୍କ ସମ୍ମୁଖରେ ମୋତେ ଲାଜ ଲାଗିଲା ଓ ଏହା ଭାବି ହଟିଗଲିକି ମୋର ତପସ୍ବି ବେଶଭୂଷା ଦେଖି ତାଙ୍କ ମନରେ କଷ୍ଟ ନହେଉ । ସୀତାଙ୍କ କଥା ଶ୍ରବଣ କରି ଭଗବାନ ଶ୍ରୀରାମ ପରମ ଆନନ୍ଦ ଲାଭ କଲେ ।
ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ କାଳ ବା ପକ୍ଷକୁ ପିତୃପକ୍ଷ କୁହାଯାଏ । ଏହି ସମୟ ପିତୃ ଉପାସନାର ପ୍ରକୃଷ୍ଟ ସମୟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । ଏହି ସମୟରେ ହେମନ୍ତ ଋତୁ ଧରାପୃଷ୍ଟରେ ପ୍ରବେଶ କରେ ଓ ‘ଭଗ ନାମକ ହିରଣ୍ୟ ରେତସ ସୂର୍ଯ୍ୟ’ କନ୍ୟା ରାଶିକୁ ସ୍ପର୍ଶ କରନ୍ତି ଅର୍ଥାତ୍ ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦ ତିଥି ଆରମ୍ଭ ହୁଏ । କୁହାଯାଏ ଯେ, ଏହି ସମୟରେ ପିତୃଲୋକର ସବୁ ଅତୃପ୍ତ ପ୍ରେତ ପ୍ରେତତ୍ତ୍ୱରୁ ମୁକ୍ତି ପାଇଥାନ୍ତି । କନ୍ୟାରାଶିକୁ ଭଗ ନାମକ ସୂର୍ଯ୍ୟ ଗମନ କଲେ ପିତୃରାଜ୍ୟରେ ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଅବିମୁକ୍ତ ଥିବା ପ୍ରେତମାନେ ଏହି ସୂର୍ଯ୍ୟଙ୍କର କିରଣକୁ ସହ୍ୟ କରିପାରନ୍ତି ନାହିଁ । ତେଣୁ ପିତୃଲୋକମାନେ କନ୍ୟା ସଂଯୁକ୍ତ ହୋଇ ତିଳୋଦଳ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । ଯଦି ପୁତ୍ର ବା ବଂଶଜମାନେ ତିଳ ତର୍ପଣ ନ କରନ୍ତି ତେବେ ପିତୃପୁରୁଷମାନେ ଉତକ୍ଷିପ୍ତ ହୋଇ ଅଭିଶାପ ପ୍ରଦାନ କରନ୍ତି । ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ । ସୂର୍ଯ୍ୟ କନ୍ୟା ରାଶିରେ ଥିବାବେଳେ ଯେଉଁ ଅମାବାସ୍ୟା ପଡ଼େ ତାହା ମହାଳୟା ଅମାବାସ୍ୟା । ମହଳୟା ଶ୍ରାଦ୍ଧର ତର୍ପଣରେ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ପ୍ରଜାପତି, ଅଚାର୍ଯ୍ୟ, ବେଦ, ଛନ୍ଦ, ଗନ୍ଧର୍ବଗଣ, ଦେବଗଣ, ପୁରୁଣାଚାର୍ଯ୍ୟ, ସମ୍ବତ୍ସର, ଶାବୟବ, ନାଗଗଣ, ଯକ୍ଷ, ଭକ୍ଷ, ପିଶାଚ, ବନସ୍ପତି, ଔଷଧ, ଭୂତଗ୍ରାମ, ଚତୁଷ୍ଟୟ ଏବଂ ପୃଥିବୀ ଇତ୍ୟାଦି କୋଡ଼ିଏ ଦେବଗଣଙ୍କୁ ଗୋଟିଏ ଥର ତର୍ପଣ; ସନତ, ସନନ୍ଦ, ସନତନ, କପିଳ, ଆସୁରୀ, ଡୋବୁ, ଏବଂ ପଞ୍ଚଶିଖ ଇତ୍ୟାଦି ସାତ ଋଷିଙ୍କୁ ଦୁଇ ଥର ତର୍ପଣ ଏବଂ ପିତୃପୁରୁଷଗଣଙ୍କୁ ତିନିଥର ତର୍ପଣରେ ଅପ୍ୟାୟିତ କରାଯାଏ । ପିତୃ ତର୍ପଣରେ ପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟ ରୂପେ କଳ୍ପିତ କରାଯାଏ । ପିଣ୍ଡଦାତାଙ୍କ ଆଳୟରେ ସର୍ବଦେବ, ଋଷି, ଏବଂ ପିତୃପୁରୁଷଙ୍କ ଉପସ୍ଥିତ ହେତୁ ଏହାଙ୍କୁ ମହାଳୟା ଶ୍ରଦ୍ଧ କୁହାଯାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବାସ୍ୟା, ଏହି ୧୫ ଦିନ ମଧ୍ୟରେ ଜଣେ ଯେକୌଣସି ଦିନ ଶ୍ରାଦ୍ଧ ଦେଇପାରେ, ଏଥିପାଇଁ ଏହାକୁ ପିତୃପକ୍ଷ କୁହଯାଏ ।
ଏପରି ଦେଖିବାକୁ ଗଲେ ପ୍ରତ୍ୟେକ ଅମାବାସ୍ୟା ହିଁ ପିତୃ ପୁରୁଷଙ୍କ ପୁଣ୍ୟ ତିଥି ଅଟେ । କିନ୍ତୁ ଅଶ୍ବିନ ମାସ କୃଷ୍ଣପକ୍ଷ ପ୍ରତିପଦା ରୁ ଅମାବାସ୍ୟା ସମୟକୁ ପିତୃପକ୍ଷ ବୋଲି କୁହାଯାଇଥାଏ । ଏହି ସମୟରେ ଦେବତା ଓ ଋଷି ମାନଙ୍କୁ ତର୍ପଣ ଓ ପିତୃ ପୁରୁଷଙ୍କୁ ଜଳ ଦେବା ଉଚିତ । ବର୍ଷର ଯେକୌଣସି ତିଥିରେ ମୃତ୍ୟୁ ହୋଇଥିଲେ ମଧ୍ୟ ଏହି ତିଥିରେ ସେହ ମୃତ ବ୍ୟକ୍ତିର ଶ୍ରାଦ୍ଧ କରିବା ପରମ୍ପରା ରହିଆସିଛି । ଯିଏ ପ୍ରତିଦିନ ତର୍ପଣ କରିପାରନ୍ତି ନାହିଁ ସେ ଏହି ପକ୍ଷର ଅମାବାସ୍ୟାରେ ଅବସ୍ୟ ତର୍ପଣ ଓ ଜଳଦାନ କରିବା ଉଚିତ । କୁହାଯାଏକି ପିତୃଗଣ ଏହି ଦିନ ଆପଣାର ପୁତ୍ର, ପୌତ୍ରଙ୍କ ଦ୍ବାରଦେଶରେ ଆପଣାର ତୃପ୍ତି ଆଶାନେଇ ଆସିଥାନ୍ତି । ଯେଉଁ ଲୋକ ଶ୍ରାଦ୍ଧ କରିଥାନ୍ତି ପିତୃଗଣ ସନ୍ତୁଷ୍ଟ ହୋଇ ଆଶିର୍ବାଦ ପ୍ରଦାନ କରିଥାନ୍ତି । ଯେଉଁମାନେ ଶ୍ରାଦ୍ଧ କରନ୍ତିନାହିଁ ତାଙ୍କର ପିତୃଗଣ ନିରାଶ ହୋଇ ଫେରି ଯାଆନ୍ତି । ଏହା ବ୍ୟତିରେକ ଯାହାଙ୍କ ଆର୍ଥିକ ଅବସ୍ଥା ଖରାପତ ସେହି ଲୋକ ଜଙ୍ଗଲ କିମ୍ବା ଗଙ୍ଗା (ନଦୀ) କୂଳରେ ଠିଆହୋଇ କହିବେ – ହେ ମୋର ପିତୃଗଣ ମୋ ପାଖରେ ଆପଣ ମାନଙ୍କୁ ଭୋଜନ କରାଇବାକୁ କିଛିନାହିଁ ମୋତେ କ୍ଷମା କରନ୍ତୁ । ତେବେବି ପିତୃ ସନ୍ତୁଷ୍ଟ ହୋଇ ଆଶିର୍ବାଦ ପ୍ରଦାନ କରିଥାନ୍ତି ।
ସଂପାଦକ, ଓଡିଆ ବାର୍ତ୍ତା

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.