ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଦକ୍ଷିଣ କାଳୀ ମନ୍ଦିରରେ ସପ୍ତ ସତୀ ଚଣ୍ଡୀ ମହା ଯଂଜ୍ଞ ରେ ନିଷ୍ଟାର ସହ କାର୍ଯ୍ୟ କରିଥିବା ପୁରୋହିତ ଓ ଗୁରୁ ଗୋସେଇଁ ଶରତ ଚନ୍ଦ୍ର ମିଶ୍ର,ଓ ତାଙ୍କ ପୁତ୍ର ସୁଧାଂଶୁ ମିଶ୍ର, ଏବଂ ତାଙ୍କ କକା ବାସୁଦେବ ମିଶ୍ର, ଙ୍କ ସହିତ ପୁତ୍ର ସନ୍ତୋଷ ମିଶ୍ର, ଯଂଜ୍ଞ ପ୍ରଚାରକ ସିମାଞ୍ଚଳ ତ୍ରିପାଠୀ ତାଙ୍କ ପୁତ୍ର ବିଭୂତି ଭୂଷଣ ତ୍ରିପାଠୀ, ଙ୍କୁ ଏବଂ ଯଂଜ୍ଞ କାର୍ଯ୍ୟ ରେ ସହଯୋଗ କରିଥିବା ଯୁବ ନେତା ତଥା ସମାଜ ସେଵୀ ନିର୍ମଳ ଚନ୍ଦ୍ର ସାହୁଙ୍କ ସହିତ ତାଙ୍କ ସହଯୋଗୀ ମାନଙ୍କୁ ମନ୍ଦିର ପରିଚାଳନା ଟ୍ରଷ୍ଟି ସୁଦର୍ଶନ ନାୟକ, ସଭାପତି ଜଗତ ବନ୍ଧୁ ପଣ୍ଡା, କୋଷାଧକ୍ଷ ବାବୁଲା ବେହେରା, ସରପଞ୍ଚ ପ୍ରତିନିଧି ବସନ୍ତ ମହାପାତ୍ର ଉପସ୍ଥିତ ମାଆଙ୍କ ଠାରେ ପୂଜାର୍ଚନା ଭୋଗ ରାଗ କରି ଉପସ୍ଥିତ ଅତିଥି ମାନଙ୍କୁ ପାଟ ବସ୍ତ୍ର ସହିତ ଏକ ଉପହାର ପ୍ରଦାନ କରିଥିଲେ | ଏହି କାର୍ଯ୍ୟରେ ମନ୍ଦିର ସେବାୟତ ବାସୁଦେବ ପାଳ, ରଘୁନାଥ ପାଳ, ବାବା ନାଥ ପାଳ, ବିପିନ ମହାପତ୍ର, ନୀଳମଣୀ ମହାପତ୍ର, ଓ ରୋଷେୟା କାଳିଆ ଦାଶ ସହଯୋଗ କରିଥିଲେ | ମା ଦକ୍ଷିଣ କାଳୀ ଙ୍କ ଅପାର କରୁଣାରୁ ସମସ୍ତ ଗ୍ରାମବାସୀ, ଯୁବଗୋଷ୍ଟି, ଓ ସ୍ଵେଛା ସେଵୀ ମାନଙ୍କ ସହଯୋଗ ରେ ଦୀର୍ଘ ତିରିଶି ବର୍ଷ ପରେ ଏହି ଯଂଜ୍ଞ ଶାନ୍ତି ଶୃଙ୍ଖଳା ରେ ସରିଥିବାରୁ ସଭାପତି ଜଗତ ବନ୍ଧୁ ପଣ୍ଡା ଓ ଟ୍ରଷ୍ଟି ସୁଦର୍ଶନ ସାହୁ ମିଶି ପୁରୋହିତ ଓ ସହଯୋଗୀ ଆୟୋଜକ ନିର୍ମଳ ଚନ୍ଦ୍ର ସାହୁଙ୍କୁ ଆଗାମୀ ସାତ ବର୍ଷ ର ବ୍ୟବଧାନ ରେ ଏକ ଯଂଜ୍ଞ କଲେ ଜଗତ ତଥା ଦେଶର ଓ ଏହି ବ୍ଳକ ଏବଂ ପଞ୍ଚାୟତ ସହିତ ଦଳସର ଖଣ୍ଡି ଗ୍ରାମର ମଙ୍ଗଳ ହୋଈ ପାରିବ ବୋଲି ଏକ ପ୍ରସ୍ତାବ ଦେଇଥିଲେ | ଏହି କଥାକୁ ମାଆ ଙ୍କ କରୁଣା ହେଲେ ନିଶ୍ଚିତ ହୋଈ ପାରିବ ବୋଲି ପୁରୋହିତ ଓ ନିର୍ମଳ ଚନ୍ଦ୍ର ସାହୁ ମତ ଦେଇଥିଲେ |





