ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସାମାଜିକ ସଂଗଠନ ମୂନ୍ କମ୍ୟୁନିକେସନ ତରଫରୁ ୫୬ ତମ ବିଶ୍ୱ ପୃଥିବୀ ଦିବସ ସମ୍ପାଦକ ଶ୍ରୀ ଅବନୀ କୁମାର ଜେନାଙ୍କ ନେତୃତ୍ୱରେ ରଣସାହି ଓ ଅଠଳାମାଳ ଠାରେ ଅନୁଷ୍ଠିତ ହୋଇ ଅଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷୟିତ୍ରୀ ସବିତା ନାୟକ, ଶ୍ରୀମତୀ ସତ୍ୟଭାମା ଲେଙ୍କା, ଶ୍ରୀମତୀ ରାଉଁଦେ ମୁର୍ମୁ, ଶ୍ରୀ ଗୋବିନ୍ଦ ଲେଙ୍କା ଯୋଗ ଦେଇ ମଣିଷର ଦୁର୍ବାର ଇଚ୍ଛା ପାଇଁ ପୃଥିବୀ ଏବେ ଶଙ୍କଟାପନ୍ନ l ବିଶ୍ୱ ଜଳବାୟୁ ସଂଗଠନ ରିପୋର୍ଟ ଅନୁଯାୟୀ ଏକ ଦଶନ୍ଧି ଧରି ପୃଥିବୀର ତାପମାତ୍ରା ୧୧ ଡିଗ୍ରୀ ବୃଦ୍ଧି ଫଳରେ ଅହେତୁକ ଗ୍ରୀଷ୍ମ ପ୍ରବାହ, ବନ୍ୟା ଓ ହିମ ବରଫ ତରଳିବା ଭଳି ବିପର୍ଯ୍ୟୟ ସମସ୍ୟା ଦେଖା ଦେଇଛି l ପୃଥିବୀକୁ ରକ୍ଷା କରିବାକୁ ହେଲେ ବ୍ୟାପକ ବୃକ୍ଷରୋପଣ, ବନ୍ୟଜୀବ ସଂରକ୍ଷଣ ପ୍ରାକୃତିକ ସମ୍ପଦ ସଂଚୟ ସହ ସୁପରିଚାଳନା, ଜୀବାସ୍ମା ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଓ ସବୁଜ ଶକ୍ତିର ବ୍ୟବହାର ପାଇଁ ଆହ୍ୱାନ ଦିଆଯାଇ ଥିଲା l କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ ସ୍ଥାନୀୟ ଜନସାଧାରଣ ଭାଗ ନେଇ ଏ ବର୍ଷର ବାର୍ତ୍ତା ‘ଆମ ପୃଥିବୀ ଆମ ଶକ୍ତି’ ପାଇଁ ଆଗାମୀ ବର୍ଷାଋତୁ ଠାରୁ ସାମୁହିକ ଭାବେ ବୃକ୍ଷରୋପଣ, ସୌରଶକ୍ତି ଓ ସବୁଜ ଶକ୍ତି ବ୍ୟବହାର ସହ ଏକ ସବୁଜ ସୁନ୍ଦର ପୃଥିବୀ ପାଇଁ ଶପଥ ପାଠ କରିଥିଲେ l





