ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଣ ଠାରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ଖୋଲାଣ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡା. ମୀନକେତନ କିଷାନଙ୍କ ନେତୃତ୍ବରେ ହସ୍ପିଟାଲ ପରିସରରେ ସମସ୍ତେ ମିଶି ସଫା କରିବାସହ ବ୍ଲିଚିଙ୍ଗ ପଉଡର ଦେଇ ବିଶୋଧିତ କରିଥିଲେ। ଏଥିରେ ଜନ ସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ରଣା, ବିଡିଏମ୍ ତୁଳାଚନ୍ଦ୍ର ପୋଡ, ଫାର୍ମାସିଷ୍ଟ ଅମରେଶ ରାଜୁ, ଷ୍ଟାଫନର୍ସ ଧନମତି ବେହେରା, ରେବତି ମେହେର, ଜୟନ୍ତି ଭୋଇ, ଏଲଟି ମୁକେଶ ପାଣିଗ୍ରାହୀ, ବଟକୃଷ୍ଣ ଗଉଡ, ଭକ୍ତ ସ୍ବାଇ, ସୁରେଶ ପ୍ରଧାନି, ଅଜୟ ଦାସ, ପ୍ରମୋଦ ରଣା, ଲବଲୁ ଗୌଡ, ଅନିଳ ଆଡଜୁଆଡ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.