ରାସ୍ତା ହିନସ୍ଥା: ଖଟିଆରେ ୩.୫ କିମି ବୁହାହୋଇ ଆମ୍ବୁଲାନ୍ସ ପାଖକୁ ଗଲେ ଗର୍ଭବତୀ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ସାଡକଣା ଗ୍ରାମକୁ ଯିବା ପାଇଁ ଦୁଇଟି ରାସ୍ତା ରହିଛି । ଗୋଟିଏ ପଟେ ନାଳ ଥିବାବେଳେ ଅନ୍ୟପଟେ କାଦୁଅ ଭରା ରାସ୍ତା । ବର୍ଷା ଦିନେ ଏହି ରାସ୍ତା ଦେଇ ଯାତାୟତ ପ୍ରାୟ ଅସମ୍ଭବ ହୋଇପଡ଼ୁଛି । ରାସ୍ତା ନଥିବାରୁ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ୩.୫ କିଲୋମିଟର ଦୂର ଆମ୍ବୁଲାନ୍ସ ନିକଟକୁ ନେବାକୁ ପଡ଼ିଛି । ଏଭଳି ଦୁର୍ଦ୍ଦଶାର ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଶିରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଡକଣା ଗ୍ରାମରେ । ଗ୍ରାମର ସୁମି କାଡ୍ରାକ (୨୫) ନଅ ମାସର ଗର୍ଭବତୀ ଥିବାବେଳେ ପ୍ରଥମ ସନ୍ତାନ ପାଇଁ ତାଙ୍କୁ ଚିକିତ୍ସାଳୟ ନେବାର ଆବଶ୍ୟକ ପଡ଼ିଥିଲା । ତେବେ ଗାଁକୁ ଆମ୍ବୁଲାନ୍ସ ପହଞ୍ଚିବାର ସୁବିଧା ନଥିବାରୁ ପରିବାର ଲୋକ ଓ ଗ୍ରାମବାସୀ ତାଙ୍କୁ ଖଟିଆରେ ବୋହି ସାଡକଣାରୁ ବଡ଼ପଙ୍କାଳ ପର୍ଯ୍ୟନ୍ତ ପ୍ରାୟ ୩.୫ କିଲୋମିଟର ନେଇଥିଲେ । ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି | ସାଡକଣା ଗ୍ରାମକୁ ଯିବା ପାଇଁ ଦୁଇଟି ରାସ୍ତା ରହିଛି ଗୋଟିଏ ପଟେ ନାଳ ଥିବାବେଳେ ଅନ୍ୟପଟେ କାଦୁଅ ଭରା ରାସ୍ତା । ବର୍ଷା ଦିନେ ଏହି ରାସ୍ତା ଦେଇ ଯାତାୟତ ପ୍ରାୟ ଅସମ୍ଭବ ହୋଇପଡ଼ୁଛି ଫଳରେ ଜରୁରୀ କାଳୀନ ସମୟରେ ଆମ୍ବୁଲାନ୍ସ ଗ୍ରାମ ନିକଟକୁ ପହଞ୍ଚି ପାରୁନାହିଁ । ଏହି ରାସ୍ତା ସମସ୍ୟା ନେଇ କିଛି ମାସ ପୂର୍ବରୁ ମଧ୍ୟ ଖବର କାଗଜ ଗୁଡ଼ିକ ରେ ପ୍ରକାଶ ପାଇଥିଲା ତଥାପି ଏଯାଏଁ ସ୍ଥାୟୀ ରାସ୍ତା ନିର୍ମାଣ ହୋଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି । ବିଶେଷକରି ଗର୍ଭବତୀ,ଜରୁରୀ କାଳୀନ ରୋଗୀ ଓ ବୟସ୍କଙ୍କ ପାଇଁ ଏହି ରାସ୍ତା ଅଭାବନିୟ ଓ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ସରକାରୀ ଯୋଜନାରେ ଗ୍ରାମାଞ୍ଚଳରେ ରାସ୍ତା ଓ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବାର ଦାବି ହେଉଥିବାବେଳେ ସାଡକଣାର ଏହି ଚିତ୍ର ତାହାର ବାସ୍ତବତାକୁ ପଦାରେ ପକାଇଛି । ଆଉ କେତେ ବର୍ଷ ଏହି ନିରୀହ ଗରିବ ଆଦିବାସୀ ପରିବାରଗୁଡ଼ିକ ମୌଳିକ ରାସ୍ତା ସୁବିଧାରୁ ବଞ୍ଚିତ ହୋଇ ଅବହେଳିତ ଅବସ୍ଥାରେ ରହିବେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.