ଓଡିଶା ଆଦର୍ଶ ବିଦ୍ୟାଳୟ ଟିମନପୁର ଠାରେ ପ୍ରତିଷ୍ଠା ଦିବସ ‘ସ୍ପାର୍କ-୨୦୨୬’

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ, ଟିମନପୁରଠାରେ ଓଏଭି ପ୍ରତିଷ୍ଠା ଦିବସ ସ୍ପାର୍କ ୨୦୨୬ ଅଧ୍ୟକ୍ଷ ଶିବୁ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ବର୍ଣ୍ଣାଢ଼୍ୟ ପରିବେଶରେ ଅତି ଉତ୍ସାହର ସହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସମ୍ମାନିତ ମୁଖ୍ୟ ଅତିଥି ଭାବେ ସିନାପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ କାର୍ମି ଓରାମ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସିନାପାଲି ଭାଇସ ଚେୟାରମେନ ଶ୍ରୀମତୀ ମୀନା ଘିଭେଲା, ନୂଆପଡ଼ା ଜୋନ୍ ୧୪ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଆଶା ଜୈନ, ସରପଞ୍ଚ ଟିମନପୁର ଗ୍ରାମ ପଞ୍ଚାୟତ ଶ୍ରୀଯୁକ୍ତ ବୈକୁଣ୍ଠ ଦଣ୍ଡସେନା, ପିଟିଏ ପ୍ରତିନିଧି ଶ୍ରୀଯୁକ୍ତ ମିଥୁନ ବାଗ ଯୋଗ ଦେଇଥିଲେ । ସମସ୍ତେ ଶିଶୁ ମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଯେ ସେମାନେ ଏହି ବିଦ୍ୟାଳୟରେ ଅଧ୍ୟୟନର ସୁଯୋଗ ପାଇଛନ୍ତି ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତର୍କ, ବକ୍ତୃତା, କୁଇଜ୍, ଚିତ୍ରାଙ୍କନ, ଗୀତ, ନୃତ୍ୟ, କବିତା ଆବୃତ୍ତି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ହାସଲ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ସହ ଉପଢୌକନ ପ୍ରଦାନ କରାଯାଇଥିଲା। ଶିକ୍ଷକ ନରେନ୍ଦ୍ର କୁମାର ନାଏକ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷକ ସଞ୍ଜୟ ନେଗି ଧନ୍ୟବାଦ୍ ଅର୍ପଣ କରିଥିଲେ। ଆରାଧ୍ୟା, ଶୁଭଶ୍ରୀ, ଆରବ, ନେତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ l

ଶିକ୍ଷକ ପୂର୍ଣ୍ଣ କର୍ମୀ, ଅଙ୍କିତ ବାରିକ, ରୋହିତ ଭିତ୍ରିଆ, ମନୋଜ ମାଝୀ, ପ୍ରଦୀପ ବେହେରା, ମାନସ ବାଗ, ରୋହିତ୍ ସରାଫ,ଲଛମନ ସାମଲ, ରାଜେନ୍ଦ୍ର ବୈଠାରୁ ଶିକ୍ଷିକା ରୋଶନୀ ନାଏକ, ଲିପିକା ଲୁହା, ଅପରାଜିତା ପାତ୍ର, ସୁବଳୟା ଦୁରିଆ, ଶିବାନୀ ଦିଶ୍ରି କିରାଣୀ ବିବେକାନନ୍ଦ ମହାନନ୍ଦ, ୱାର୍ଡେନ କୁନି କୁମ୍ଭାର, ସୁରେନ୍ଦ୍ର ମଶ୍ରା ତଥା ବିଷ୍ଣୁ ଦଣ୍ଡସେନା ଓ ଭୂମିକମ୍ପା କେତକୀ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ । ଏଥିରେ ଯେଉଁମାନେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ସେମାନେ ୨୩ ସେପ୍ଟେମ୍ବରରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସ୍ପାର୍କ ୨୦୨୬ ରେ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.