ଚୋରି ବାଇକ ସହ ଟଙ୍କା ଓ ମୋବାଇଲ ଉଦ୍ଧାର, ଅଭିଯୁକ୍ତ ଗିରଫ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା(ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ଗୁଡାରି ପୁଲିସ ଏକ ଚୋରି ମାମଲାର ତଦନ୍ତ କରି ଚୋରି ହୋଇଥିବା ମୋଟରସାଇକେଲ,ନଗଦ ୨୨ ହଜାର ଟଙ୍କା ଓ ମୋବାଇଲ ଫୋନ ଉଦ୍ଧାର କରିଛି । ଏହି ଘଟଣାରେ ପଦ୍ମପୁର ଥାନା ଅନ୍ତର୍ଗତ ସୁନାପାଲି
ଗ୍ରାମର ସିଦ୍ଧାନ୍ତ ପାଲକାଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରାଯାଇଛି । ଥାନା ପକ୍ଷରୁ ସୂଚନା ଅନୁଯାୟୀ ଥାନା କେସ୍‌ ନମ୍ବର ୧୦୮, ତାରିଖ ୯/୯/୨୦୨୬ ଆଧାରରେ ତଦନ୍ତ ଆରମ୍ଭ ହୋଇଥିଲା । ଅଭିଯୋଗ ଅନୁସାରେ ସିଦ୍ଧାନ୍ତ ସେହି ଗ୍ରାମର ସମ୍ପର୍କୀୟ କାନୁନ ବେବର୍ତ୍ତାଙ୍କ ଘରୁ ୨୨ ହଜାର ଟଙ୍କା, ଗୋଟିଏ ମୋବାଇଲ ଫୋନ ଓ ମୋଟର ସାଇକେଲର ଚାବି ଚୋରି କରିବା ସହ ଘର ସମ୍ମୁଖରେ ରଖାଯାଇଥିବା ଓ ଡି ୧୮ପି ୭୮୧୪ ନମ୍ବରର ମୋଟର ସାଇକେଲ ନେଇ ଚାଲିଯାଇଥିଲେ । ଘଟଣାର ତଦନ୍ତ କରି ପୋଲିସ ତଳତାଂପର ଓ ବଲିଗୁଡା ଗ୍ରାମ ମଧ୍ୟରେ ଥିବା କାଜୁ ତୋଟାରୁ ଚୋରି ହୋଇଥିବା ମୋଟର ସାଇକେଲ ଏବଂ ଡିକିରେ ରଖାଯାଇଥିବା ଚାବି ଉଦ୍ଧାର କରିଥିଲା । ପରବର୍ତ୍ତୀ ତଦନ୍ତରେ ନଗଦ ୨୨ ହଜାର ଟଙ୍କା ଓ ଚୋରି ମୋବାଇଲ ଫୋନ ମଧ୍ୟ ପୁଲିସ ଉଦ୍ଧାର କରିଥିବା ଜଣାପଡ଼ିଛି । ଉଦ୍ଧାର ହୋଇଥିବା ମୋଟର ସାଇକେଲ,ନଗଦ ଟଙ୍କା ଓ ମୋବାଇଲ ଫୋନ୍‌କୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.