ପାରମ୍ପରିକ ଲୋକକଳା ଉପରେ ଆଧାରିତ ଦୁଇ ଦିନିଆ ତାଲିମ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଓଡିଶା ସରକାରଙ୍କ ଲୋକାଭିମୁଖୀର ବିପୁଳ ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଲୋକକଳା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ ଆରମ୍ଭ କରିଥିବାବେଳେ ଆଜି ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସାମାଜିକ ସୁରକ୍ଷା ଅଧିକାରୀ ସିଦ୍ଧାନ୍ତ କୁମାର ମୁଣ୍ଡଙ୍କ ତତ୍ତ୍ଵାବଧାନରେ କଳାକାର ମାନଙ୍କୁ ନେଇ ଦୁଇ ଦିନିଆ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଗୀତିକାର ତିର୍ଥରାଜ ଦଳପତି, ଘୁମୁରା ଗାୟକ ତଥା କଣ୍ଠଶିଳ୍ପୀ ବିରେନ୍ଦ୍ର ରାଉତ, ମାୟାଧର ମହାଲ୍ଳିକ, ରବିନାରାୟଣ ବେହେରା, ପ୍ରମୁଖ ଉପସ୍ଥିତ ରହି ତାଲିମ ଶିବିରରେ ଅଂଶଗ୍ରହଣ କରିଥିବା କଳାକାର ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ। ଏହି ତାଲିମ୍ ଶେଷ ହେଲା ପରେ କଳାକାରମାନେ ବିଭିନ୍ନ ପଞ୍ଚାୟତକୁ ଯାଇ ତାଙ୍କର ଲୋକକଳା ମାଧ୍ୟମରେ ସରକାର ଲୋକାଭିମୁଖୀ ଯୋଜନା ବିଷୟରେ ଲୋକ ମାନଙ୍କୁ ସଚେତନ କରିବେ ବୋଲି ସୁଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ପ୍ରୋଗ୍ରାମ ଏସିଟେଣ୍ଟ ହୋମେଶ ବେହେରା ଏବଂ କୋ ଅଡିନେଟର ସନ୍ତୋଷ କୁମାର ନାଏକ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.