ସାଇବର ଠକାମୀରୁ ବାର୍ତ୍ତିବା ନେଇ ବିଭିନ୍ନ ସ୍ଥାନରେ ସଚେତନତା ଶୋଭାଯାତ୍ରା

ଆସନ୍ତା କାଲି ହେବ ମାରାଥନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସାଇବର ଠକାମୀରୁ ବର୍ତ୍ତିବାକୁ ନେଇ ବିଗତ କିଛି ଦିନ ହେବ ସୁବର୍ଣ୍ଣପୁର ପୋଲିସ୍ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କୁ ହାତକୁ ନେଇଛି l ଆଜି ଜିଲ୍ଲାର ତରଭା ସହରର ବାଳକ ହାଇସ୍କୁଲ, କଲେଜ ଓ ବ୍ଲକର ବିଭିନ୍ନ ଗାଁ ମାନଙ୍କରେ ସାଇବର ରଥ ଦ୍ୱାରା ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କୁ ବ୍ୟାପକ ଜନ ସଚେତନତା କରୁଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ତରଭା ଥାନାର ଭାରପ୍ରାପ୍ତ ଅଧିକାରୀ ଅନିତା କିଡୋ, ଏସଆଇ ଆରତୀ କଅଁର, ମେଣ୍ଡା ଓ କମସରା ଫାଣ୍ଡି ଅଧିକାରୀ ଉପସ୍ଥିତ ଥିଲେ l ସେହିପରି ଗତ ଗୁରୁବାରରେ ଏହି ପରିପେକ୍ଷୀରେ ଉଲୁଣ୍ଡା ପଂଚାୟତ କଲେଜର ଉଲୁଣ୍ଡା ଥାନା ଅଧିକାରୀ ପଞ୍ଚାନନ ନାଏକଙ୍କ ପୋରୋହିତ୍ୟ ରେ ଏକ ସଚେତନତା କାର୍ଯକ୍ରମ ରେ କଲେଜର ଅଧ୍ୟକ୍ଷ ଡକ୍ଟର ପାଣ୍ଡିଆ ସାଇବର ସଚେତନତା କାର୍ଯ୍ୟକ୍ରମକୁ ଉଚ୍ଚ କୋଟୀର ପ୍ରଶଂସା କରିଥିଲେ । ପୂର୍ବ ଦିନ ବିନିକା ପୁଲିସ ତରଫରୁ ବ୍ୟାପକ ଭାବରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରିପେକ୍ଷିରେ ଜିଲ୍ଲାର କୋଣ ଅନୁକୋଣରେ ବୁଲୁଥିବା ସାଇବର ସୁରକ୍ଷା ଅଭିଯାନ ରଥକୁ ଭୃୟସି ପ୍ରଶଂସା ସହିତ ରାଜ୍ୟ ସରକାର୍ ତଥା ପୋଲିସ ବିଭାଗକୁ ଧନ୍ୟବାଦ୍ ଦେଇ ଥିଲେ l ସେହିପରି ଗତ କାଲି ଲଛିପୁର ଅନ୍ତର୍ଗତ ପଂଚାୟତ କଲେଜ ଲଛିପୁରରେ ଆଜି ଡ଼ିଏସପି ଚନ୍ଦ୍ର ଶେଖର ଶବର ଯୋଗଦେଇ କଲେଜର ଛାତ୍ର ଛାତ୍ରୀଙ୍କୁ ସାଇବର ଠକଇ ଶିକାର ହେଲେ ୧୯୩୦ କୁ ତୁରନ୍ତ ଯୋଗାଯୋଗ କରି ତାହାକୁ ଉଚିତ୍ ଜବାବ ଦେବାକୁ ଉପଦେଶ ଦେଇଥିଲେ l ଅପରାହ୍ନରେ ଭୀମ ଭୋଇ ଆଶ୍ରମ ସ୍କୁଲ୍ ଖଲିଆପାଲି ରେ ସାଇବର ସଚେତନତା କୁଇଜ୍ କାର୍ଯକ୍ରମ ଅନୁଷ୍ଠିତ କରାଯାଇ ପ୍ରତିଭାଗୀଙ୍କୁ ପୁରସ୍କାର ବିତରଣ କରାଯାଇ ଥିଲା l ଏହି କାର୍ଯ୍ୟକ୍ରମକୁ ଉଲୁଣ୍ଡା ଠାରେ ଆଇଆଇସି ପଞ୍ଚାନନ ନାଏକ, ଏସଆଇ ସରୋଜ ପାଣିଗ୍ରାହି, ଲଛିପୁର ଠାରେ ଆଇଆଇସି ସୋଭାକର ସେଠୀ ପ୍ରମୁଖ ସଂଯୋଜନା କରିଥିବା ବେଳେ ହାବିଲଦାର ମନୋଜ୍ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅଙ୍ଗନୱାଡ଼ି ଦିଦି ଆଶା ତଥା ମିଶନ ଶକ୍ତି ଓ ଉଲୁଣ୍ଡା, ବିନିକା ଓ ଲଛି ପୁର ଓ ତରଭା ର ଥାନା ର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଆସନ୍ତା କାଲି ସୁବର୍ଣ୍ଣପୁର ସହର ରେ ଜିଲ୍ଳା ପୋଲିସ ପକ୍ଷରୁ ସ୍କୁଲ, କଲେଜ, ସ୍ବେଛାସେବୀ ସଂଗଠନ ମାନଙ୍କୁ ନେଇ ସାଇବର ସୁରକ୍ଷା ସଚେତନତା ଉପରେ ଏକ ମାରାଥନ କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଥିବା ଆଗୁଆ ସୂଚନା ମିଳିଛି l

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.