ଶୁକ୍ରବାର ହେବ ପୁର୍ଣ୍ଣାହୁତୀ ଓ ଧର୍ମ ସଭା
ନୂଆପଡା,୨୯/୦୫: ନୁଆପଡା ଜିଲ୍ଲା ବୋଡେନ ବ୍ଳକ ଅନ୍ତର୍ଗତ ଜୟବାହାଲ ଗ୍ରାମରେ ଏକ ଭକ୍ତିମୟ ପରିବେଶ ମଧ୍ୟରେ ଷୋହଳ ପ୍ରହରି ନାମଯଜ୍ଞ ଆରମ୍ଭ ହୋଇଯାଇଛି । ମଙ୍ଗଳବାର ଏଥିପାଇଁ ଗଙ୍ଗାବରଣ, କଳସଯାତ୍ରା ଓ ଅଧିବାସ ହୋଇଥିବା ବେଳେ ଆଜି ସକାଳୁ ନାମାରମ୍ଭ ହୋଇଥିଲା । ଗ୍ରାମର ବିଶିଷ୍ଟ ବ୍ଯକ୍ତି ମାନଙ୍କ କହିବା ଅନୁସାରେ ସ୍ବାଧିନାତା ପୁର୍ବରୁ ବଲାଙ୍ଗିର ଜିଲ୍ଲା ବିରିପାଲି ଓ ଖଡିଆଳର ଉପରପିଟା ଗ୍ରାମରେ ଏବଂ ସ୍ବାଧିନତା ପରେ ୧୯୫୬ ମସିହାରେ ସର୍ବପ୍ରଥମେ ଜୟବାହାଲ ଗ୍ରାମରେ ଆରମ୍ଭ କରାଯାଇଥିଲା ବେଲେ ସ୍ବର୍ଗତ ରାଜ ଅଦ୍ୟ କର୍ତ୍ତା ହୋଇଥିଲେ । ପୂର୍ବରୁ ଅନେକ ଥର ନାମଯଜ୍ଞ ହୋଇସରିଥିବା ବେଳେ ଚଳିତ ବର୍ଷ ୩୨ତମ ଶ୍ରୀ ଶ୍ରୀ ଅଖଣ୍ଡ ଷୋହଳ ପ୍ରହରୀ ନାମଯଜ୍ଞ ଚାଳୁଅଛି । ଉକ୍ତ ପ୍ରହରୀରେ ୨୧ ଯୋଡି କର୍ତ୍ତା ବସି ଥିବାବେଲେ ବିଭିନ୍ନ ଗ୍ରାମରୁ ସାତୋଟି ସଂକିର୍ତ୍ତନ ଦଳ ଅଂଶ ଗ୍ରହଣ କରିଛନ୍ତି । ଉକ୍ତ ନାମଯଜ୍ଞ ରେ ଶ୍ରୀ ବୈକୁଣ୍ଠ ସଲମା ସପତ୍ନୀକ ସୁମିତ୍ରା ସଲମା କର୍ତ୍ତା ଦାୟୀତ୍ବ ତୁଲାଉଥିବା ବେଳେ ପୁରୋହିତ ଶ୍ରୀ ପୁରନ୍ଦର ହୋତା ପୂଜକ ଦାୟିତ୍ୱ ତୁଳାଉଛନ୍ତି । ପୁଜାକମିଟି ସଭାପତି ଶ୍ରୀ ଆର୍ତ୍ତତ୍ରାଣ ସଲମା, ଯୁଗଲ ଛତ୍ରିଆ, ଅଜୟ ସଲମା, ଇନ୍ଦ୍ର ସଲମା, ହିତେସ ସଲମା, ଶେଖର ଅଦା, ଯମୁନା ଛତ୍ରିଆ, ବିଶ୍ବ ରଞ୍ଜନ ଛତ୍ରିଆ, ଝମ୍ପେଶ୍ବର ସଲମାଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗର ହାତ ବଢାଉଛନ୍ତି । ଶୁକ୍ରବାର ପୁର୍ଣ୍ଣାହୁତୀ ଓ ଧର୍ମ ସଭାର ଆୟୋଜନ କରାଯାଇଥିବା ଆୟୋଜକ କମିଟି ସୂତ୍ରରୁ ପ୍ରକାଶ ।
ବୋଡେନ ପ୍ରତିନିଧି ହିତେଶ କୁମାର ଅଦାଙ୍କ ରିପୋର୍ଟ odiabarta.in
ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇