ସାଇବର ସୁରକ୍ଷା ସଚେତନତା ନେଇ ମାରାଥନ୍ ଦୌଡ ସହ ପଥପ୍ରାନ୍ତ ସଭା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସକାଳ ୭ଟାରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଉପରେ ମାରାଥନ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ସ୍ଥାନୀୟ କୁଞ୍ଜ ଛକ ଠାରୁ ବୀରମିତ୍ର ସିଂ ଦେଓ ଛକ ଯାଏ ଏହି ମାରାଥନ ପହଞ୍ଚି ସେଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଏସପି ଅମରେଶ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାରାଥନକୁ ଶୁଭାରମ୍ଭ କରି ଥିଲେ l ସଚେତନତା ସଭାରେ ଏସପି ଶ୍ରୀ ପଣ୍ଡାଙ୍କ ସମେତ ଅତିରିକ୍ତ ଏସପି ହେମନ୍ତ କୁମାର ପାଢ଼ୀ, ବୀରେନ୍ଦ୍ର ନାଏକ, ଷ୍ଟେଟ ବ୍ୟାଙ୍କ ଚିଫ ମେନେଜର ସନ୍ତୋଷ ସାହୁ, ପୋଲିସ ଆର ଆଇ କାଁହୁ ଚରଣ ମାରାଣ୍ଡି, ଆଇ ଆଇ ସି ପଦ୍ମାସିନୀ ମେହେର, ସ୍ୱଚ୍ଛ ଭାରତ ଉପ ସଭାନେତ୍ରୀ ଇନ୍ଦୁମତି ପୁରୋହିତ, ଆଇନଜୀବୀ ପ୍ରଦୀପ ପୁରୋହିତ, ଯଶୋଦା ଦେବୀ ନର୍ସିଙ୍ଗ ସ୍କୁଲର ଶିକ୍ଷୟିତ୍ରୀ ସଂଗୀତା ରାଣୀ ଦାସ, କନେଷ୍ଟବଲ ସଂଘ ସଭାପତି କୁମୁଦ ରଞ୍ଜନ ମେହେର, କୋଶଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ପରମାନନ୍ଦ ନାଏକ, ଇନଫିନିଟି କ୍ଲବ ସଂଯୋଜକ ମହମ୍ମଦ କଲିମ, ରକ୍ତ ଦାତା ସଂଘ ଉଦ୍ୟୋକ୍ତା ପ୍ରମୋଦ ସାହୁ, ସମାଜସେବୀ ରବୀନ୍ଦ୍ର ଜେନା, ପ୍ରମୁଖ ବହୁ ବରେଣ୍ୟ ଅତିଥି ଯୋଗ ଦେଇ ଛାତ୍ର ଛାତ୍ରୀ ଓ ସାଧାରଣ ଜନତାଙ୍କୁ ସଚେତନ କରିଥିଲେ l ପରେ ମାରାଥନର ଜୁନିଅର ବର୍ଗ ଓ ସିନିଅର ବର୍ଗ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ l ମାରାଥନ ଓ ସଭା କାର୍ଯ୍ୟକ୍ରମକୁ ମନୋଜ ପଣ୍ଡା ସଂଯୋଜନା କରିଥବାବେଳେ ଅତିରିକ୍ତ ଏସପି ଶ୍ରୀ ପାଢ଼ୀଙ୍କ ତତ୍ୱାବଧାନରେ ଆର ଆଇ ଶ୍ରୀ ମାରାଣ୍ଡି, ସରୋଜ ବେହେରା, ଆଇ ଆଇ ସି ଶ୍ରୀମତୀ ମେହେର, ଏ ଏସ ଆଇ ଏକାଦସିଆ ପଧାନ, ଶ୍ରୀ ବିଶି, ଶ୍ରୀ ମହାପାତ୍ର, ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ l ମାରାଥନର ସିନିଅର ବର୍ଗରେ ଦିବ୍ୟ ଶଙ୍କର ମେହେର,ପ୍ରଥମ, ମହେନ୍ଦ୍ର ଥାପା, ଦ୍ଵିତୀୟ, ଓ ଗିରୀଶ ପଧାନଙ୍କୁ ତୃତୀୟ ବିଜେତା ଭାବେ ଏସପିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିବା ବେଳେ ଜୁନିଅର ବର୍ଗରେ ପ୍ରଜ୍ଞା ଭାରତୀ ସ୍କୁଲର ସଚୀନ ଝlଙ୍କର, ପ୍ରତୀକ ରଞ୍ଜନ ଆଚାର୍ଯ୍ୟ ଓ ଓମ ପ୍ରକାଶ ବାରିକଙ୍କୁ ପୁରସ୍କୃତ କରାଯାଇଥିଲା l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.