ମହିଳାଙ୍କ ଋତୁ ସ୍ରାବକୁ ନେଇ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବାକୁ ପ୍ରୟାସ
ନୂଆପଡା,୩୦/୫ : ଭାରତୀୟ ସମାଜରେ ଋତୁ ସ୍ରାବକୁ ନେଇ ସମାଜରେ ଥିବା ଅନ୍ଧ ବିଶ୍ୱାସ ଓ ଭ୍ରାନ୍ତ ଧାରଣାକୁ ଦୂର କରିବା ଅତି ନିତାନ୍ତ ହୋଇପଡିଲାଣି । ଆଜି ନୂଆପଡା ଜିଲ୍ଲା ସଦର ବ୍ଲକ ସ୍ଥିତ ଟାନୱାଟ ପଂଚାୟତରେ ଆଶା ଓଡିଶା ଓ ସେଭ ଦି ଚିଲଡ୍ରେନ ର ମିଳିତନାମକ ଅନୁକୂଲ୍ୟରେ ବିଶ୍ବ ରକ୍ତସ୍ରାବ ଦିବସ ପାଳନ ହୋଇଯାଇଛି ।
ଏହି କାର୍ଯ୍ୟାକ୍ରମର ମୂଳ ଉଦେଶ୍ୟ ଥିଲା ଯେ, ଘରେ ଘରେ ମହିଳା ଓ ଝିଅ ପିଲା ମାନେ ଋତୁସ୍ରାବ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ର ବାର୍ତା ନେଇ ବିଶ୍ୱ ସ୍ୱଚ୍ଛତା ଦିବସ ପଳନ କରନ୍ତୁ । ସେଭ ଦି ଚିଲଡ୍ରେନ ଜାତୀୟ ସଂସ୍ଥାର ଜିଲ୍ଲା ଅଧିକାରୀ ବିଦ୍ୟାଧର ମେହେରଙ୍କ ତତ୍ୱାବଧାନ ରେ ଅଶା ଓଡିଶା ଏନ.ଜି.ଓ ର କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ କର୍ମକର୍ତ୍ତା ଗ୍ରାମ ପଞ୍ଚାୟତ ସ୍ତରର ସଭ୍ୟସଭ୍ୟା, ଗାଁ ରେ ଥିବା ସ୍ୱାସ୍ଥ୍ୟ କର୍ମୀ, କଣା ଭଏଁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚେୟାରମେନ ଶ୍ରୀ ରାମ ଦେବ ପଟେଲ ପ୍ରମୂଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଉକ୍ତ ପଂଚାୟତର ୧୫୦ ରୁ ଉର୍ଦ୍ଧ ମହିଳା ଓ କିଶୋରୀ ମାନେ ଯୋଗଦାନ କରିଥିଲେ ।
ଏହି କିଶୋରୀ ଓ ମହିଳା ମାନେ ଏକ ରେଲି କରି ସ୍ଲୋଗାନ ମାଧ୍ୟମରେ ଗ୍ରାମ୍ୟ ପରିକ୍ରମା କରି ସଚେତନତା ବାର୍ତା ଘର ଘର କୁ ପହଞ୍ଚାଇବା ସହ ପଥ ପ୍ରାନ୍ତ ନାଟକ ଓ ସେନିଟାରି ପେଡ ସମ୍ବନ୍ଧୀୟ ବିଷୟରେ ମଧ୍ୟ ଜନ ସଚେତନତା କରାଇଥିଲେ । ଏହି ଭଳି କାର୍ଯ୍ୟକ୍ରମ କୁ ଓଡ଼ିଆ ବାର୍ତା ଗଣମାଧ୍ୟମ ସଲାମ କରେ । ନାରୀ ଶକ୍ତି କୁ ଆହୁରି ମଜବୁତ କରିବା ପାଇଁ ପ୍ରୟାଶ ଜାରି ରହୁ ଏହା ହିଁ ମା’ ମାଣିକେଶ୍ବରୀ ଙ୍କ ପାଖରେ ପ୍ରାଥନା କରେ ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in
ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇