ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବୋରଭଟା ଗ୍ରାମପଞ୍ଚାୟତର ୧୪ବର୍ଷ ବୟସର ଶିଶୁ ଲୋଚନ ଗହୀରଙ୍କ ପିତା କାଳିଆମଣି ଗହୀର ପାଞ୍ଚବର୍ଷ ତଳେ ଦେହାନ୍ତ ହୋଇଥିଲା । ଏବେ ମାତା ତ୍ରିବେଣୀ ଗହୀରଙ୍କ ଦେହାନ୍ତ ହେବା ପରେ ଲୋଚନ ଗହୀରଙ୍କୁ ଦେଖିବାପାଇଁ ନିଜର ବୋଲି କେହିଁ ନାହିଁ, ପଢିବା ପାଇଁ ଅସୁବିଧା । ଏହାକୁ ଦୃଷ୍ଟିରେ ରଖି ବୋରଭଟା ସରପଞ୍ଚ ବିବେକ ରଞ୍ଜନ ନାଗ କଳାହାଣ୍ଡି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ । ଆଜି ଶିଶୁ ସୁରକ୍ଷା ଅଧିକାରୀ ପଦାଧିକାରୀଗଣ ଆସି ଲୋଚନ ଗହୀରକୁ ସରକାରୀ ସୁରକ୍ଷା ଦେବା ଓ ୧୮ବର୍ଷ ପର୍ଯ୍ୟନ୍ତ ପଢ଼ାଇବା ସହ ଭରଣ ପୋଷଣ ପାଇଁ ନିଜ ସାଙ୍ଗରେ ନେଇଥିଲେ । ସରପଞ୍ଚ ବିବେକ ନାଗଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ସରପଞ୍ଚ ବିବେକ ନାଗ ରାୟଗଡା ଜିଲ୍ଲାରେ ଶିକ୍ଷକ ଥିଲେ ଏବଂ ୨୦୨୦ ନିର୍ବାଚନରେ ସେ ଶିକ୍ଷକତା ଛାଡି ନିର୍ଦ୍ବନ୍ଦ୍ବରେ ବୋରଭଟା ସରପଞ୍ଚ ଭାବରେ ନିର୍ବାଚିତ ହୋଇ ସଦାସର୍ବଦା ଜନତାଙ୍କ ସମସ୍ୟା ବୁଝି ଆସୁଛନ୍ତି ।