ଜାତୀୟ କଳାକାର ବୃତ୍ତି ପାଇବେ ଉଦୀୟମାନ କଳାକାର ଦୀପକ ଶର୍ମା

ଜୁନାଗଡ,୩୦/୫ : କଳାହାଣ୍ଡି ଜିଲ୍ଲା ପାଇଁ ଏକ ଖୁସି ଖବର । ଚଳିତ ବର୍ଷ ଭାରତ ସରକାରଙ୍କ ଦ୍ଵାରା ଜାତୀୟ କଳାକାର ବୃତ୍ତି ପାଇବା ପାଇଁ ଯୁବ ଅଭିନେତା ଦୀପକ ଶର୍ମା ମନୋନୀତ ହୋଇଛନ୍ତି । ଜୁନାଗଡ ମଧ୍ୟମପଡା ନିବାସୀ ଶ୍ରୀମତୀ କ୍ରିଷ୍ଣା ଶର୍ମା ଓ ଶ୍ରୀଯୁକ୍ତ ଲଳିତ ଶର୍ମାଙ୍କ ଜ୍ୟେଷ୍ଠ ପୁତ୍ର ଦୀପକ ଛାତ୍ରାବସ୍ଥାରୁ ଅଭିନୟ ତଥା କଳା ସଙ୍ଗୀତରେ ରୁଚି ରଖି ଆଜି ସଫଳତାର ପାହାଚ ସ୍ପର୍ଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଭାରତ ସରକାରଙ୍କ ସି.ସି.ଆର୍.ଟି. ଦ୍ବାରା ମନୋନୀତ ଶ୍ରୀମାନ ଶର୍ମା ଅଭିନୟ କ୍ଷେତ୍ରରେ ଉଚ୍ଚତର ଅଧ୍ୟୟନ ଓ ପରୀକ୍ଷା ତଥା ପ୍ରୟୋଗ କରିବା ପାଇଁ ତାଙ୍କୁ ପ୍ରୋତ୍ସାହନ ସ୍ବରୂପ ଦୁଇ ବର୍ଷ ଆର୍ଥିକ ସହାୟତା ପ୍ରଦାନ କରାଯିବ । ସେ ନାଟ୍ୟଭୂଷଣ ପରମେଶ୍ଵର ମୁଣ୍ଡଙ୍କ ‘ଖମନରାନୀ’, ‘ମରୁଭୂମି’, ‘ମାଏଟ୍ ମାଁ’, ‘ଘାଟି’ ଆଦି ନାଟକମାନଙ୍କରେ ସଫଳ ଅଭିନୟ କରି ରାଜ୍ୟ ତଥା ଜାତୀୟ ସ୍ତରର ମଞ୍ଚ ମାନଙ୍କରେ ପୁରସ୍କୃତ ହୋଇଛନ୍ତି । ଅଭିନୟରେ ରୁଚି ରଖି ଭବିଷ୍ୟତରେ ଜଣେ ଅନ୍ତର୍ଜାତୀୟ କଳାକାର ହେବାର ସ୍ବପ୍ନରେ ବିଭୋର ନିଷ୍ଠାବାନ ଦୀପକ ଶର୍ମାଙ୍କର ଅଭିନୟ ଦର୍ଶକମାନଙ୍କ ନିକଟରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଦୀପକ ଏହି ମର୍ଯ୍ୟଦାଜନକ ବୃତ୍ତି ପାଉଥିବାରୁ ଜୁନାଗଡ ସମେତ ଜିଲ୍ଲା ସାରା ଖୁସିର ଲହରୀ ଖେଳିଯିବା ସହ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Udyog Nursery
Udyogi Nursery
ଜୁନାଗଡ ପ୍ରତିନିଧି ରାକେଶ କୁମାର ବେମାଲଙ୍କ ରିପେୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.