ପୌରପରିଷଦ ଅଧିକାରୀ ଦୃଷ୍ଟି ଦେବେକି
ସୋନପୁର,୩୧/୫ : ସୋନପୁର ସହରର ସଦର ମହକୁମା ବ୍ଲକ ଛକ ,ବଡବଜାର ଗୋକନେଶ୍ୱରପଡା, ବସ୍ ଷ୍ଟାଣ୍ଡ ଭଲି ମୂଖ୍ୟରାସ୍ତାର ଦୁଇ ପାଶ୍ୱର୍ରେ କଂକ୍ରିଟ୍ ଡ୍ରେନ୍ ତିଆରି ହୋଇଛି । ମାତ୍ର ଏସବୁ ଡ୍ରେନ ବର୍ଷ ବର୍ଷ ଧରି ସଫେଇ ହେଉ ନ ଥିବା ଅଭିଯୋଗ ହେଉଛି । ବର୍ତ୍ତମାନ ଏହି ଡ୍ରେନ ସବୁ କୁଢ କୁଢ ଆବର୍ଜନାରେ ଭରି ରହିଥିବାବେଳେ କେତେକ ସ୍ଥାନରେ ମାଟିରେ ପୋତି ହୋଇ ଡ୍ରେନର ଅସ୍ତିତ୍ୱ ବି ଆଉ ଜଣା ପଡୁ ନ ଥିବା ଲକ୍ଷ୍ୟ କରାଯାଇଛି । ଅନେକ ସ୍ଥାନରେ ଡ୍ରେନ ଉପରେ ଜବରଦଖଲ ପୂର୍ବକ ଘରବାଡି ମଧ୍ୟ ତିଆରି ହୋଇଥିବା ଜଣାଯାଇଛି । ମାତ୍ର ଏସବୁ ଅବ୍ୟବସ୍ଥା ପ୍ରତି କାହାରି ଦୃଷ୍ଟି ପଡୁ ନ ଥିବା ସାଧାରଣରେ ଅଭିଯୋଗ ହେଉଛି । ଆଗକୁ ବର୍ଷା ଋତୁ ଆସୁଥିବାବେଳେ ଏସବୁ ଡ୍ରେନ ଗୁଡିକର ଆଗୁଆ ସଫେଇ ନ ହେଲେ ଜଳ ନିଷ୍କାସନ ନେଇ ବିଷମ ସମସ୍ୟା ଉପୁଜିବାର ଆଶଙ୍କା ରହିଛି । ପ୍ରଶାସନ ତୁରନ୍ତ ଏଥ୍ରିତି ଦୃଷ୍ଟି ଦେଇ ବିହିତ ପ୍ରତିକାର ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇