ଜହ୍ନ ଆଉ ମୁଁ
ଡଃ ଆରତୀ ପଟ୍ଟଯୋଶୀ
ଝରକା ସେପାଖେ ଜହ୍ନ
ଏପାଖେ ତୁମେ ଆଉ ମୁଁ
ଜହ୍ନ ଲୁଚେ ବଉଦ କୋଳରେ
ମୋ କୋଳରେ ଲୁଚିଯାଉ ତୁ ।
ତୁମେ କୁହ ମୁଁ ସୁନ୍ଦରୀ
ସୁକୁମାରୀ ଲହୁଣୀ ପିତୁଳା
ଜହ୍ନ ନୁହେଁ ମୋ ସମସର
ତା ଦେହେ ଯେ କଳଙ୍କର କଳା ।
ମୁଁ ଖାଲି ଏତିକି ଜାଣିଛି
ତୁ ଆକାଶ ମୁଁ ନିର୍ମଳ ଧାରା
ମୋ ପାଇଁ ତୁମେ ବହୁଦୁର
ଚକୋରୀ ମୁଁ ତୁମେ କୁଆଁତାରା ।
ଯଦିକେବେ ହଜିଯାଏ
ଭାବିନେବ ମେଘ ଢାଙ୍କିଦେଲା
ତୁମସହ ମିଶି ଗଲାପରେ
ଆଉକିବା ବାକି ରହିଗଲା ।
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇