ପାଣି ପାଇଁ ଜାତୀୟ ରାଜପଥ ଅବରୋଧ କଲେ ବଡପଡାବାସୀ

କୋକସରା,୪/୬ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦରମହକୁମା ବଡପଡା ଠାରେ ଦିର୍ଘ ଦିନରୁ ଜଳକଷ୍ଟ ଦେଖାଦେଇଛି । ଜଳ ସମସ୍ୟା ପାଇଁ ପଡାବାସୀ ବାରମ୍ବାର ପ୍ରଶାସନ ପାଖରେ ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ଆଜି (ମଙ୍ଗଳବାର) ଶତାଧିକ ମହିଳା ମାନେ ରାସ୍ତା ଉପରେ ଗରା, ବାଲଟି ରଖି ନଂ-୨୬ ଜାତୀୟ ରାଜପଥ ଅବରୋଧ କରିଥିଲେ ।

ଖବର ପାଇ ଘଟଣା ସ୍ଥଲରେ କୋକସରା ଥାନାଧିକାରୀ ଉତ୍ତମ କୁମାର ସାହୁ ପହଂଚି ବୁଝାସୁଝା ଜାରିରଖିଥିଲେ । ପରେ ଗୋଷ୍ଟି ଉନ୍ନୟନ ଅଧିକାରୀ ବସନ୍ତ କୁମାର ସେଠୀ ପହଞ୍ଚି ଆନ୍ଦୋଳନକାରୀ ମାନଙ୍କୁ ବୁଝାଇ ସନ୍ଧ୍ୟାସୁଦ୍ଧା ଟେଙ୍କର ଯୋଗେ ପାଣି ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟପକ୍ଷେ ଚିଲିଗୁଡା ଠାରେ ଥିବା ପାନୀୟଜଳ ପ୍ରକଳ୍ପକୁ କାର୍ଯ୍ୟାକାରୀ କରି ପାଣି ଯୋଗାଇଦେବା ପାଇଁ ମଧ୍ୟ ପଡାବାସୀ ଦାବି କରିଥିଲେ । ସିଘ୍ର ସମସ୍ୟାର ସମାଧାନ କରିବାପାଇଁ ବିଡିଓ ଶ୍ରୀ ସେଠୀ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ଦିର୍ଘ ଦୁଇ ଘଣ୍ଟା ପାଖାପୁଖି ରାସ୍ତା ଅବରୋଧ ହେବା ଫଳରେ ଭବାନୀପାଟଣା- ଜୟପୁର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।

ରାସ୍ତାର ଉଭୟ ପାଶ୍ୱର୍ରେ ଗାଡି ମଟର ଅଟକି ରହିଥିବା ବେଳେ ରାସ୍ତା ଅବରୋଧ ହଟିଲା ପରେ ଯାନବାହାନ ଚଲାଚଲ ସ୍ୱାଭାବିକ ହୋଇଥିଲା । ଏହି ରାସ୍ତା ଅବରୋଧରେ ଫୁଲତୋଲା ଖମାରୀ, ୱାର୍ଡସଭ୍ୟା ପ୍ରମିଲା ବାଗ, ପିଂକି ବାଗ, ସରୋଜିନୀ ସାଗର, ସୂର୍ଯ୍ୟକାନ୍ତି ବାଗ, ରେଖା ନାଏକ, ଲକ୍ଷ୍ମୀପ୍ରିୟା କର, ସରସ୍ୱତୀ ସାଗର, ଚନ୍ଦ୍ରକଲା ବାଗ, ରେବତୀ ଖମାରୀ ଟୁନା ବାଗ, ରାମଚନ୍ଦ୍ର ଖମାରୀ ସମେତ ଶତାଧିକ ଲୋକେ ସାମିଲ ଥିଲେ ।

 

କଳାହାଣ୍ଡି ଜିଲ୍ଲା କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.