କୁମାରସ୍ବାମୀ ମହୋତ୍ସବର ଦ୍ଵିତୀୟ ଦିବସ ‘ଢାପ୍ ଦିନ୍’

ଯୋଗଦେଲେ ଆଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୧ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବର ଦ୍ବିତୀୟ ଦିବସ ‘ଢାପ୍ ଦିନ୍’ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଦିବାସୀ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ମୁଖ୍ୟ ବକ୍ତାଭାବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ନୃପରାଜ ଯାଦବ, ରାୟଗଡ଼ାର ବିଶିଷ୍ଟ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ଗଉଡ଼, ନର୍ଲା ପଞ୍ଚାୟତ ସମିତି ଉପାଧ୍ଯକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡ଼ାମାଝୀ, ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ, କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ମଞ୍ଚାସୀନ ଥିବା ବେଳେ ଅନୁଷ୍ଠାନର ଯୁଗ୍ମ ସଂପାଦକ ସୁଧୀର ଧଙ୍ଗଡ଼ାମାଝୀ ମଞ୍ଚ ପରିଚାଳନା କରିଥିଲେ। ପାରମ୍ପରିକ ଗଣାବଜାର ତାଳେ ତାଳେ ମଞ୍ଚ ପୂଜନ କରିଥିଲେ ଅତିଥିବୃନ୍ଦ। ଆଦିବାସୀ ସଂସ୍କୃତିର ଆଦି ବାଦ୍ୟ ଢାପ୍ ପରିବେଷିତ ହେବାପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ବରିଷ୍ଠ କଳା ଗବେଷକ ମେଦିନୀଧର ଜାନୀଙ୍କୁ ଦେବଗିରି କଳା ସମ୍ମାନ, ବିଶିଷ୍ଟ ଶିକ୍ଷା ସଂଗଠକ ପ୍ରଫୁଲ୍ଲ କୁମାର ଠାକୁରଙ୍କୁ ଦେବଗିରି ସଂଗଠନ ସମ୍ମାନ, ବିଶିଷ୍ଟ ଘୁମୁରା ଗୁରୁ ଭାରତ ଭୂଷଣ ଚଲାନଙ୍କୁ ଦେବଗିରି ଲୋକନୃତ୍ୟ ସମ୍ମାନ, ଯୁବ ଶିକ୍ଷାବିତ କ୍ଷିତିଶ ଚନ୍ଦ୍ର ମାଝୀଙ୍କୁ ଦେବଗିରି ଗୁରୁ ସମ୍ମାନ, ସୈନିକ ଉମେଶ ଗଉଡ଼ଙ୍କୁ ଦେବଗିରି ଦେଶସେବା ସମ୍ମାନ, ବିଶିଷ୍ଟ ସମାଜସେବୀ ମାନଗୋବିନ୍ଦ ମହାନ୍ତି ଏବଂ ଅନୁଷ୍ଠାନ ପକ୍ଷରୁ ପରିବେଷିତ ଓ ଦୂରଦର୍ଶନରେ ପ୍ରସାରିତ ଟେଲିଫିଲ୍ମ ‘ସେଁର୍‌ରା’ର ନିର୍ଦ୍ଦେଶକ ସୌରଭ ମହାପାତ୍ର, ଲେଖକ ଡିଲେଶ୍ୱର ରଣା, ଅଭିନେତା ତ୍ରିମୋହନ ସାହୁ, ଅଜିତ ନାୟକ, ଆଲୋକ ସାହୁ, ସୌମ୍ୟରଞ୍ଜନ ଜେନା, ଧନଞ୍ଜୟ ସାହୁ, ରାମେଶ୍ୱର ତ୍ରିପାଠୀ, ସଞ୍ଜୟ ଧଙ୍ଗଡ଼ାମାଝୀ, ସୁଧୀର ଧଙ୍ଗଡ଼ାମାଝୀ ଓ ତ୍ରିନାଥ ଶ୍ୟାମ କୁମାରଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରେପରେ ଜୁଡାବନ୍ଧର ଢାପ୍, ଭବାନୀପାଟଣାର ଘୁମୁରା, ବଲାଙ୍ଗୀର ଅର୍ବାନ ମାଁ ବୁହାସେନ ଦେବୀ ଦଣ୍ଡନୃତ୍ୟ ଓ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଅଧିବକ୍ତା ବିଶ୍ବରଞ୍ଜନ ଭୋଇ। ଅନୁଷ୍ଠାନର  ସାଂସ୍କୃତିକ ସଂପାଦକ ସଲିଲ କୁମାର ଧଙ୍ଗଡ଼ାମାଝୀ, ଉପସଭାପତି ନେତ୍ରାନନ୍ଦ ବାରିକ, କ୍ରୀଡ଼ା ସଂପାଦକ ଅନିଲ କୁମାର ଧଙ୍ଗଡାମାଝୀ, ନରେଶ ଧଙ୍ଗଡାମାଝୀ, ମିତ୍ରଶେନ ପୋଢ, ତପନ ଜାଲ, ପ୍ରକାଶ ଧଙ୍ଗଡାମାଝୀ ଓ ସଦସ୍ୟସଦସ୍ୟାମାନେ ସମଗ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.