ଆଜି ରାମେଶ୍ବର ସଙ୍ଗମ ମହା ଆଳତୀ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପ୍ରତ୍ୟେକ ମାସ ପୂର୍ଣ୍ଣମୀ ତିଥିରେ ମହାନଦୀ, ତେଲନଦୀ ସହିତ ରାଜ୍ୟ ତଥା ଦେଶର ସମସ୍ତ ନଦୀ ଜଳକୁ ସ୍ୱଚ୍ଛ ଓ ନିର୍ମଳ ରଖିବାର ଆହ୍ୱାନ ସହିତ, ନଦୀ ସଭ୍ୟତାର ପୁର୍ନଃଉଦ୍ଧାର, ନଦୀ ସଂପଦର ସୁରକ୍ଷା ସହିତ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିବାର ଉଦ୍ଦେଶ୍ୟ ନେଇ ଏକ ଦଶନ୍ଧି ରୁ ଉର୍ଦ୍ଧ୍ବ ହେବ ସହର ର ରାମେଶ୍ଵର ଠାରେ ଚାଲୁଥିବା ସଙ୍ଗମ ମହା ଆଳତୀ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସଂଧ୍ୟା ୭ ଘ ସମୟରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ସମ୍ବଲପୁରରୁ ଜାତୀୟ ସିନେ ନିର୍ଦ୍ଦେଶକ ମନୋଜ ମିଶ୍ର, ଗବେଷକ ସପନ ମିଶ୍ର, ଚଣ୍ତି ସାଧକ ସଚ୍ଚିଦାନନ୍ଦ ମିଶ୍ର ଓ ଜ୍ୟୋତିର୍ବିଦ ପଣ୍ତିତ ସଦାନନ୍ଦ ମିଶ୍ର , ବଲାଙ୍ଗିରରୁ ସମାଜସେଵୀ ବଲରାମ ସିଂ ଯାଦବ, ପଦ୍ମପୁରରୁ ସମାଜସେଵୀ ଅମରଦୀପ ଅଗ୍ରୱାଲ ଙ୍କ ସହିତ ସୋନପୁର ଉପଜିଲ୍ଲାପାଳ ଇପସିତା ପ୍ରିୟଦର୍ଶିନୀ ମିଶ୍ର, ଜିଲ୍ଲା ଅବକାରୀ ଅଧିକ୍ଷକ ସୁମତୀ ତ୍ରିପାଠୀ, ବରିଷ୍ଟ ଆଇନଜ୍ଞ ସର୍ବେଶ୍ୱର ପୁରୋହିତ, ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ପ୍ରାକ୍ତନ ବନଖଣ୍ତ ଅଧିକାରୀ କମଳଲୋଚନ ପୁରୋହିତ ଓ ପ୍ରତିଷ୍ଠିତ ବ୍ୟବସାୟୀ ତଥା ମମତା ଫାଉଣ୍ତେସନର ପରିଚାଳନା ନିର୍ଦ୍ଦେଶକ କାହ୍ନୁଚରଣ ଦାଶ ବିଶେଷ ଅତିଥି ଭାବେ ଯୋଗଦେବା ନେଇ ମହସଂଗମ୍ ଆଳତୀ କମିଟି ପକ୍ଷରୁ ସୂଚନା ମିଳିଛି l ଏହି ଅବସରରେ ସୁବର୍ଣ୍ଣପୁରର ସଂସ୍କୃତି ବଗେଷକ ଶ୍ରୀମାନ ବ୍ରଜମୋହନ ଦାନୀ, କର୍ମକାଣ୍ତି ପଣ୍ତିତ ରାଜିବ ଲୋଚନ ପଣ୍ତା, ଲୁପୁରସୁଂହା ଓ ବୁଢାରଜା ଯୁବକ ସଂଘ, ସୁବର୍ଣ୍ଣପୁରକୁ ସୁବର୍ଣ୍ଣ ଗୌରବ ସମ୍ମାନରେ ସମ୍ନାନିତ କରାଯିବ l ପଣ୍ତିତ ରାଜୀବ ଲୋଚନ ପଣ୍ତାଙ୍କ ସହିତ ପଣ୍ତିତ ଶିବ ନାରାୟଣ ପୁଜାରୀ, ରାଧେଶ୍ୟାମ ପୁରୋହିତ , ଗଣେଶ ଦାଶ, ବାସୁଦେବ ଶତପଥି, ସୁଶାନ୍ତ ପୁରାହିତ ଓ ସଚ୍ଚିଦାନନ୍ଦ ଦାଶ, ଚିତ୍ରୋତ୍ପଳା ଗଙ୍ଗା ମାତାଂକ ପୂଜାର୍ଚ୍ଚନା ଅର୍ପଣ ପୂର୍ବକ ମହାଆରତୀ ସମର୍ପଣ କରିବେ l ଉକ୍ତ ପୂଜାର୍ଚ୍ଚନାରେ ମନୋଜ ଅଗ୍ରୱାଲ ସପତ୍ନିକ କର୍ତାଭାବେ ଦାୟିତ୍ୱ ତୁଲାଇବା ସହିତ ସଂଜ୍ଞିତ ନିର୍ଦ୍ଦେଶକ ପୁଷ୍ପକ ରାୟ ଓ ସାଥି ଅରତୀ ବନ୍ଦନା ପରିବେଷଣ କରିବାକୁ ଥିବା ବେଳେ ସଂଗମ ଆରତୀ କମିଟିର ମୁଖ୍ୟ ଆୟୋଜକ ଶ୍ୟାମା ଓଁ ପ୍ରସାଦ ମିଶ୍ର ଆୟୋଜକ ସଦସ୍ୟ ଡ. ପୁରୁଷୋତ୍ତମିଶ୍ର, ଡ.ସୌରଭ ରଂଜନ ଖମାରୀ, ଗଦାଧର ବାରିକ, ଶ୍ରୀବତ୍ସ ମଲ୍ଲିକ, ବିଘ୍ନରାଜ ପଣ୍ତା, ପ୍ରଭୁଦତ୍ତ ରଥ, ବେଣୁଧର ପ୍ରଧାନ, ଦେବଦତ୍ତ ମହାପାତ୍ର, କିଶୋର ମେହେର, ରଶ୍ମୀ ରଂଜନ ମିଶ୍ର, ରାମ ମିଶ୍ର, ଗଣପତି ବାଘ, ଧରଣୀଧର ମିଶ୍ର, ସନ୍ତୋଷ ପଧାନ,ମନୋଜ ବାରିକ, ପ୍ରତାପ ମେହେର, କାଶିନାଥ ମିଶ୍ର , ଗୌରୀଶଙ୍କର ଦଣ୍ତସେନା , ହରେଶ ନାଏକ ଓ ଅଚ୍ୟୁତ ପୁଝାରୀ ସମାରୋହ ପରିଚାଳନା କରିବେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.