ଗାଳ୍ପିକା ଝୁନୀଲତା ବହିରା ପାଇବେ ଗଦ୍ୟାଂଶ ଯୁବ ପ୍ରତିଭା ପୁରସ୍କାର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଗଳ୍ପ ଭିତ୍ତିକ ସାହିତ୍ୟ ପତ୍ରିକା ‘ଗଦ୍ୟାଂଶ’ ପକ୍ଷରୁ ଦ୍ଵିତୀୟ ଯୁବ କଥାକାର ସମାବେଶ ‘ଗଦ୍ୟାଂଶ ଉତ୍ସବ-୨୦୨୪’ ଆସନ୍ତା ଡିସେମ୍ବର ୨୫ ତାରିଖ ସୋମବାର ଦିନ ବାଲେଶ୍ୱର ଜିଲ୍ଲାର ନୂଆପୁର ଗ୍ରାମରେ ଆୟୋଜିତ ହେବାକୁ ଯାଉଅଛି। ଉତ୍ସବରେ ଅତିଥି ଭାବରେ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ରଜନୀକାନ୍ତ ମହାନ୍ତି, ଶ୍ରୀଦେବ, ବାଦଲ ମହାନ୍ତି, ଅଞ୍ଜନ ଚାନ୍ଦ, ସୁଜିତ କୁମାର ପଣ୍ଡା, ଚନ୍ଦ୍ର ମୋହନ ମହାପାତ୍ର, ଡକ୍ଟର ସନ୍ତୋଷ ନାୟକ, କାମଦେବ ମହାରଣା ଆଦି ବରିଷ୍ଠ ଲେଖକ ଉପସ୍ଥିତ ରହିବା ସହିତ ଗପର ବିଭିନ୍ନ ଦିଗ ଓ ସେଥିରେ ଯୁବ ଗାଳ୍ପିକଙ୍କ ଭୂମିକା ବାବଦରେ ଆଲୋଚନା କରିବେ। ଏହି ଅବସରରେ ଗଳ୍ପ ପୁସ୍ତକ ‘ଦ୍ଵିତୀୟ ପ୍ରେମିକା’ ପାଇଁ ଗାଳ୍ପିକା ଝୁନୀଲତା ବହିରାଙ୍କୁ ‘ଗଦ୍ୟାଂଶ ଯୁବ ପ୍ରତିଭା ପୁରସ୍କାର’ ପ୍ରଦାନ କରାଯିବ। ଏହା ସହିତ ଯୁବ ଗୀତିକାର-ସଂଗୀତ ନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ମିଶ୍ର ଓ ଯୁବ ଶିଳ୍ପୀ ସଞ୍ଜୟ ରାଉଳଙ୍କୁ ‘ଗଦ୍ୟାଂଶ ସ୍ୱତନ୍ତ୍ର ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯିବ। ବରିଷ୍ଠ ଗାଳ୍ପିକ ଶଙ୍କର୍ଷଣ ଶିଅଳଙ୍କୁ ‘ଗଦ୍ୟାଂଶ ସାଧନା ସମ୍ମାନ’ ରେ ସମ୍ମାନିତ କରାଯିବ।

Omkar Vasthu
Omkar Vasthu

ଏହି ସାହିତ୍ୟ ଉତ୍ସବରେ ମିତା ପଟ୍ଟନାୟକ, ବିକାଶ ଶତପଥି, ଡକ୍ଟର ଶାନ୍ତନୁ ନାୟକ, ଡାକ୍ତର ଦିଲ୍ଲୀପ ବେହେରା, ପ୍ରଦୀପ୍ତ ମହାନ୍ତି, ଦେବବ୍ରତ ଦାସ, ତପନ ବାରିକ, ପ୍ରଜ୍ଞା ରଥ, କୈଳାଶ ବେହେରା, ଡକ୍ଟର କ୍ଷୀରୋଦିନୀ ବେହେରା, ସନ୍ତୋଷ ବାରିକ, ସଞ୍ଜୟ ପଣ୍ଡା,ସୁବ୍ରତ ସେନାପତି, ଅନ୍ତର୍ଯ୍ୟାମୀ ମହାରଣା, ପତିତପାବନ ପାଣି, ବିଚିତ୍ର ଜେନା, ତୃପ୍ତିରଞ୍ଜନ ଦାସ, ସୁମିତ ପଣ୍ଡା, ସତ୍ୟବ୍ରତ ସେଠୀ, ପ୍ରତିଭା ମଞ୍ଜରୀ ଜେନା,ସ୍ରୋତସ୍ୱିନୀ ପରିଡ଼ା, ପ୍ରିୟଙ୍କା ରାୟ, ସୁଦୀପା ସାହୁ ଆଦି ସାରା ଓଡ଼ିଶାରୁ ୫୦ ରୁ ଉର୍ଦ୍ଧ୍ୱ ଯୁବ ଗାଳ୍ପିକଗାଳ୍ପିକାମାନେ ଅତିଥି ଆଲୋଚକ ଓ ଅତିଥି ଗାଳ୍ପିକ ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବରେ ଗାଳ୍ପିକା ସ୍ନେହଲତା ଦାସଲେଙ୍କାଙ୍କ ଶିଶୁ ଉପନ୍ୟାସ ‘ଟିଂକୁ ଗୁଡଲୁ’ ର ଉନ୍ମୋଚନ ହେବ ବୋଲି ‘ଗଦ୍ୟାଂଶ’ର ସମ୍ପାଦକ କ୍ଷୀରୋଦ ବିହାରୀ ବିଶ୍ୱାଳ ଜଣାଇଛନ୍ତି। ଏହି ଉତ୍ସବର ସଫଳତା କାମନା କରି ସାରା ଓଡ଼ିଶାରୁ ଅନେକ ଲେଖକ, ସାହିତ୍ୟପ୍ରେମୀ ଓ ସାମାଜିକ ସଂଗଠନ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.