ହୋମଗାର୍ଡଙ୍କ ୬୧ତମ ପ୍ରତିଷ୍ଠା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସିଲଦା ସ୍ଥିତ ରିଜର୍ଭ ଅଫିସ ପଡିଆଠାରେ ପୂର୍ବାହ୍ନରେ ହୋମଗାର୍ଡଙ୍କ ୬୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୂଆପଡା ଆରକ୍ଷୀ ଅଧିକ୍ଷକ ଜି.ରାଘବେନ୍ଦ୍ର ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଇନ୍ଦ୍ରମଣୀ ବେହେରା, ଏସଡ଼ିପିଓ ସଞ୍ଜୟ କୁମାର ମଣ୍ଡଳ, ଆର.ଆଇ ଲିଙ୍ଗରାଜ ମାଝୀ, ନୂଆପଡା ଆଇ.ଆଇ.ସି ଦିଲୀପ କୁମାର ସାହୁ, ଜୋଙ୍କ ଆଇ.ଆଇ.ସି ଗୁରୁଦେବ କର୍ମୀ, ଡ଼ିଏସଆଇ ମୋହନ ଚନ୍ଦ୍ର ମଲ୍ଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧରେ ନୂଆପଡା ଜିଲ୍ଲା ହୋମଗାର୍ଡ ଏସୋସିଏସନ ପେରେଡ କରିଥିଲେ। ଏହା ପରେ ମୁଖ୍ୟ ଅତିଥି ଏସପି ଜି. ରାଘବେନ୍ଦ୍ର ରେଡ୍ଡୀ ହୋମଗାର୍ଡଙ୍କ ଉଦେଶ୍ୟରେ ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିବା ସହିତ ନିଜର ଉଦବୋଧନ ପ୍ରଦାନ କରିଥିଲେ। ହାଭିଲଦାର କୀର୍ତ୍ତନ ପୁରୋହିତ, ମନୁଲାଲ ବେହେରା, କାମଦେବ ସାହୁ, ହୋମଗାର୍ଡ କମ୍ପାନୀ କମାଣ୍ଡର ଦୀନବନ୍ଧୁ ବାଗ, ପ୍ଲାଟୁନ କମାଣ୍ଡର ଚୈତନ ହରିଜନ, ନୂଆପଡା ଜିଲ୍ଲା ହୋମଗାର୍ଡ ଏସୋସିଏସନ ସଭାପତି ଶରତ ହଂସ, ସମ୍ପାଦକ ଧବଳେଶ୍ୱର ଜଗତ, କୋଷାଧକ୍ଷ ଗୋପାଳ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିବା ସହିତ ଅନ୍ୟ ୫୬ ଜଣ ସଦସ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.