ଜିଲ୍ଲା ଶ୍ରମ ବିଭାଗର ଚଢ଼ାଉ, ୩ ଜଣ କିଶୋର ଶ୍ରମିକ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଜିଲ୍ଲାର କୋଲନରା ଓ ରାୟଗଡା ଅଂଚଳରେ ଥିବା ବିଭିନ୍ନ ହୋଟେଲ,ରେସଟୁରାଣ୍ଟ , ଦୋକାନ, ମୋଟର ଗ୍ୟାରେଜ ଓ ଅନ୍ୟାନ୍ୟ ଅନୁଷ୍ଠାନ ଓ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଜଣେ ଶିଶୁ ଶ୍ରମିକ ସହ ଅନ୍ୟ ୩ ଜଣ କିଶୋର ଶ୍ରମିକ ଉଦ୍ଧାର କରାଯାଇଥିଲା। ଉଦ୍ଧାର ୪ଜଣଙ୍କୁ ଶିଶୁ ମଙ୍ଗଳ ଅଧିକାରୀ, ରାୟଗଡାଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଚଢ଼ାଉ ସମୟରେ ସହକାରୀ ଶ୍ରମ ଅଧିକାରୀ, ରାୟଗଡା ସଞ୍ଜୟ କୁମାର ରଇତ, ଗୋପାଳ କୃଷ୍ଣ ମଙ୍ଗରାଜ ଏବଂ ନିରଞ୍ଜନ ଭୂୟାଁ ଓ ରାୟଗଡା ଡିସିପିଓ ରଶ୍ମିରଞ୍ଜନ ସେନାପତି, ଚାନ୍ଦିଲି ଥାନା ଅଧିକାରୀ ଓ ଏନଜିଓ ସଦସ୍ୟମାନେ ଉପସ୍ଥିତ ଥିଲେ। ଶ୍ରମ ନିୟମ ଉଲଂଘନ କରି ନିଜ ବ୍ୟବସାୟରେ ଶିଶୁଙ୍କୁ ଶ୍ରମିକ ଭାବେ କାମ କରାଉଥିବାରୁ ଉକ୍ତ ମାଲିକଙ୍କୁ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ପ୍ରଦାନ କରାଯାଇଥିବା ସହକାରୀ ଶ୍ରମ ଅଧିକାରୀ ଶ୍ରୀ ରଇତ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.