ନୂଆପଡା ଜିଲ୍ଲା ସମସ୍ତ ଗୃହରାକ୍ଷୀଙ୍କୁ ଆଇ କାର୍ଡ ପ୍ରଦାନ କରି ନୂଆବର୍ଷ ଭେଟି ଦେଲେ ଏସପି ଜି ଆର ରାଘବେନ୍ଦ୍ର

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲାର ସମସ୍ତ ଗୃହରକ୍ଷୀଙ୍କୁ ନୂଆ ବର୍ଷ ଉପଲକ୍ଷେ ଆଇ କାର୍ଡ ପ୍ରଦାନ କଲେ ନୂଆପଡା ଏସପି ଜି ଆର ରାଘବେନ୍ଦ୍ର | ସ୍ଥାନୀୟ ରିଜର୍ଭ ଅଫିସ ସିଲଦା ପଡିଆ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏସପି ଜିଲ୍ଲାର ସମସ୍ତ ଗୃହରକ୍ଷୀଙ୍କୁ ଆଇ କାର୍ଡ ପ୍ରଦାନ କରିଛନ୍ତି | ପ୍ରକାଶ ଜେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗୃହରକ୍ଷୀଙ୍କୁ ଆଇ କାର୍ଡ ପ୍ରଦାନ କରାଯାଇଛି | କିନ୍ତୁ ନୂଆପଡା ଜିଲ୍ଲର କାର୍ଯ୍ୟରତ ୧୩୬ ଜଣ ଗୃହରକ୍ଷୀଙ୍କୁ ଆଜି ପର୍ଯ୍ୟନ୍ତ ଏହା ପ୍ରଦାନ କରାଯାଇ ନ ଥିଲା | ଏସପି ଶ୍ରୀ ରାଘବେନ୍ଦ୍ରଙ୍କ ପ୍ରୟାସରେ ଏହା ସମ୍ଭବ ହୋଇପାରିଛି ବୋଲି ଗୃହରକ୍ଷୀ ସଂଘ ସଭାପତି ଶରତ ହଂସ ତାଙ୍କର ଗୃହରକ୍ଷୀ ପରିବାର ତରଫରୁ ଖୁସି ବ୍ୟକ୍ତ କରି ଧନ୍ୟବାଦ ଜଣାଇଛନ୍ତି | ଏହି ଅବସରରେ ଗୃହରକ୍ଷୀ ଆର ଆଇ ଚିତ୍ତରଞ୍ଜନ ନାୟକ, ପୋଲିସ ଆର ଆଇ ଲିଙ୍ଗରାଜ ମାଝୀ, ଡି. ଏସ. ଆଇ ମୋହନା ମଲ୍ଲିକ, ଆର୍ମ ଏସ ଆଇ ସନ୍ତୋଷ କୁମାର ପ୍ରଧାନ, ହାବିଲଦାର କୀର୍ତନ ପୁରୋହିତ, ମନୁଲାଲ ବେହେରା, କାମଦେବ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ଗୃହରକ୍ଷୀ ସଂଘ ସଭାପତି ଶରତ ହଂସ, ଗୋପାଳ ଦାସ ବାବା, ଅମର ସିଂ ଶବର, ମହେଶ ସାହୁ, ପୀତମ ଦଣ୍ଡସେନା, ବାଳକୁମାର ଧୋବା , ଦୀନେଶ ସାହୁ, ଜନକ ରାମ ସାହୁ, ଗୋପାଳ ସାହୁ, ଖେମଲାଲ ରାଉତ ପ୍ରମୁଖ ଉପସ୍ଥିତ ରହି ଏସପିଙ୍କ ଠାରୁ ଆଇ କାର୍ଡ ଗ୍ରହଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.