ଜାନୁଆରୀ ୫ରୁ ଆମାନାରା ଧନୁଯାତ୍ରା ମହୋତ୍ସବ: ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଆମାନାରା ଗାଁରେ ଜାନୁଆରୀ ୫ ତାରିଖରୁ ଧନୁଯାତ୍ରା ମହୋତ୍ସବ ହେବାକୁ ସ୍ଥିରୀକୃତ ହୋଇଛି। ଏ ନେଇ କମିଟି ପକ୍ଷରୁ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଂଚଳରେ ଏପରି ଧନୁଯାତ୍ରା ମହୋତ୍ସବ ଉଭୟ ଓଡିଶା ଓ ପଡୋଶୀ ଛତିଶଗଡ ରାଜ୍ୟ ମଧ୍ୟରେ ସୁନ୍ଦର ଭାଇଚାରାର ଅତୁଟ ସମ୍ପର୍କ ଡୋରିରେ ବାନ୍ଧି ହୋଇଯିବାର ପ୍ରୟାସ ଅଟେ। ଏହି ଆମାନାରା ଧନୁଯାତ୍ରା ମହୋତ୍ସବ ଚଳିତ ମାସ ୫ ତାରିଖରୁ ଆରମ୍ଭ ହୋଇ ୧୧ ତାରିଖ ପର୍ଯ୍ୟନ୍ତ ଚାଳିବ। ଛତିଶଗଡର ସଂସ୍କୃତିକ ଦଳ, ସମ୍ବଲପୁରୀ ଓ ଓଡିଶୀ ଦଳ ସହ ଅନେକ ଲୋକନୃତ୍ୟ ଦଳ ଦର୍ଶକଙ୍କ ମନୋରଞ୍ଜନ କରିବେ। ଯୁବ ଆଇନଜୀବୀ ତଥା ବିଶିଷ୍ଠ ସମାଜସେବୀ ଧନୀରାମ ସାହୁଙ୍କ ଅଧକ୍ଷତାରେ ଏନେଇ ଆୟୋଜିତ ପୂର୍ବ ପ୍ରସ୍ତୁତି ବୈଠକରେ ନୂଆପଡା ପଂଚାୟତ ସମିତି ଉପାଧକ୍ଷ ଦିଲୀପ ନିର୍ମଲକର, ଆମାନାରା ଧନୁଯାତ୍ରା କମିଟି ସଭାପତି ଚନ୍ଦ୍ରକାନ୍ତ ଠାକୁର, ଉପ ସଭାପତି ନନ୍ଦଲାଲ ରାଉତ, କୋଷାଧକ୍ଷ ଦିଲୀପ ସିହ୍ନା, ମୋଟା ନୂଆପଡା ସରପଞ୍ଚ ମୋତିଲାଲ ଉଜିର, ବେଲଟୁକୁରୀ ସମିତି ସଭ୍ୟ ନୀଳକମଳ ଚନ୍ଦ୍ରକାର, ଆମାନାରା ସମିତି ପ୍ରତିନିଧି ହୀରା ନାୟକ, କମିଟି ସହ ସମ୍ପାଦକ ସେର ସିଂ ଠାକୁର, ମୋଟା ନୂଆପଡା ନାଏବ ସରପଞ୍ଚ ମନୋହର ଦାସ, ନରେଶ ସାହୁ, ସନ୍ତୋଷ ରାଉତ, ଚୁରଣ ସିଂ ମାଝୀ, ଉମା ଶଙ୍କର ଠାକୁର, ହେମ ରାଉତ, ବହାଦୁର ପାଣ୍ଡେ, ତୋପ ସିଂ ଠାକୁର, ଦେବି ସିଂ ମାଝୀ, ଠାକୁର ରାମ ପଟେଲ, ଯୋଗେନ୍ଦ୍ର ଶର୍ମା, ନୀଳାମ୍ବର ରାଉତ, ପରମେଶ୍ୱର ମାଝୀ, ରାକେଶ ସାହୁ, ହେମନ୍ତ ଦୁର୍ଗା ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.