ସାଧୁପଣ୍ଡ୍ରିପାଣି ଗାଁ ଲୋକେ ଏକତ୍ରିତ ହୋଇ ନିଆରା ଢଙ୍ଗରେ ପାଳିଲେ ନୂଆବର୍ଷ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଖୁଟମନଭେରା ପଂଚାୟତ ସାଧୁପଣ୍ଡ୍ରିପାଣି ଗାଁଲୋକେ ଏକ ନିଆରା ଢଙ୍ଗରେ ନୂତନ ବର୍ଷ ପାଳନ କରିଛନ୍ତି | ନୂଆ ବର୍ଷରେ ଗାଁଲୋକେ ଦୀର୍ଘ ୨୯ ବର୍ଷରୁ ଏକାଠି ହୋଇ ଗାଁରେ କୀର୍ତନ ଆୟୋଜନ କରିଥାନ୍ତି | ଗାଁ ଲୋକଙ୍କୁ ସିଧା ସଳଖ ମଦ, ମାଂସ ଓ ଗାଁରୁ ବାହାରକୁ ବନ ଭୋଜି କରିଯିବାକୁ ମନା ରହିଥାଏ | ସମସ୍ତ ଗ୍ରାମବାସୀ ଏହି କୀର୍ତନରେ ଯୋଗଦେଇ ଭାଗବାନ ଙ୍କୁ ସ୍ମରଣ କରନ୍ତି ଓ ଜପ କରନ୍ତି | ତେବେ ଏହା ଦ୍ୱାରା ରାସ୍ତା ଦୁର୍ଘଟଣା, କଳି ଝଗଡା, ଦେହ ଅସୁସ୍ଥ ଭଲି ମନିଷ ଜୀବନର ଅନେକ ସମସ୍ୟା ଏଡାଇ ଦିଆଯାଇ ପାରିବ ବୋଲି ଗାଁଲୋକେ ବିଶ୍ୱାସ କରନ୍ତି | ସେଥିପାଇଁ ପିଢ଼ି ପରେ ପିଢ଼ି ଗାଁଲୋକେ ଏହି ପରମ୍ପରାକୁ ବଜାଏ ରଖିଛନ୍ତି | ବର୍ତ୍ତମାନ ଯୁଗରେ ବଡ଼ ବଡ଼ ଡିଜେ ବକ୍ସ ଗାଡି, ମଦ ମାଂସ ନେଇ ଦୂର ଦୁରାନ୍ତ ରୁ ଲୋକେ ପର୍ଯ୍ୟଟନ ସ୍ଥଳ ଗୁଡିକରେ ବାଣଭୋଜି କରି ନିଜର ଶରୀର ସହିତ ପରିବେଶ ମଧ୍ୟ ପ୍ରଦୃଶିତ କରୁଛନ୍ତି | ମଦ୍ୟପାନ କରି ଗାଡି ଚଲାଇ ଦୁର୍ଘଟଣାର ଶିକାର ହେଉଛନ୍ତି | ତେବେ ଏଭଳି ସବୁ ଅସାମାଜିକ କାର୍ଯ୍ୟକଳାପରୁ ସର୍ବପ୍ରଥମେ ନିଜ ଗାଁକୁ ଦୁରରେ ରଖିବା ପାଇଁ ଗ୍ରାମବାସୀଙ୍କ ଏହି ପ୍ରୟାସକୁ ଲୋକେ ପ୍ରସଂଶା କରୁଛନ୍ତି | ତେବେ ସାଧୁପଣ୍ଡ୍ରିପାଣି ଗାଁର ଏହି କାର୍ଯ୍ୟକ୍ରମରେ ସମ୍ମିଳନୀ ଅତିଥି ଭାବେ ନୂଆପଡା ଜିଲ୍ଲା ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ପାଢ଼ୀ, ଜିଲ୍ଲା ବିଜେଡି ଉପ ସଭାପତି ଯୁବ ଆଇନଜୀବୀ ଧନୀରାମ ସାହୁ, ଖୁଟମନଭେରା ସରପଞ୍ଚ ଚମନଲାଲ ପାଣ୍ଡେ, ଖୁଟମନଭେରା ସମିତି ସଭ୍ୟ ତାତୁରାମ ପାଣ୍ଡେ, ଡ଼ୁମେରପାଣି ପୂର୍ବତନ ସରପଞ୍ଚ ଲାଲାରାମ ସାହୁ, ଖୁଟମନ ଭେରା ପୂର୍ବତନ ସରପଞ୍ଚ ରାମ ସିଂ ମାଝୀ ପ୍ରମୁଖ ଯୋଗଦେଇ ଗ୍ରାମବାସୀଙ୍କୁ ଉତ୍ସାହିତ କରିଥିଲେ | ଆଗାମୀ ଦିନରେ ମଧ୍ୟ ଏହି ପରମ୍ପରାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଜାରି ରହିବ ବୋଲି ଖୁଟମନ ଭେରା ସମିତି ସଭ୍ୟ ଶ୍ରୀ ପାଣ୍ଡେ ପ୍ରକାଶ କରିଛନ୍ତି  ଗ୍ରାମବାସୀ ରୋନ ଦାସ, ଲଳିତ ଦାସ, ଲିଖନ ଦାସ, ଝନକ ଦାସ, ରେଖରାମ ରାଉତ, ରାଜକୁମାର ପାଣ୍ଡେ, ପ୍ରିତମ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ବିଶେଷ ଭାବେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.