କଳାହାଣ୍ଡି ବନ୍ଦ ଡାକରା ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ପଶ୍ଚିମେଶ୍ଵର ଶିବ ମନ୍ଦିର ଠାରେ ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକଙ୍କ ନେତୃତ୍ବରେ ଆସନ୍ତା ଜାନୁଆରୀ ୪ ତାରିଖ ଦିନ କଳାହାଣ୍ଡି ବନ୍ଦ ଡାକରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି କର୍ଲାମୁଣ୍ଡା ମଣ୍ଡଳ ସଭାପତି ସଂଜୟ ଜୈନ, ବିଜେପି ଏସସି ମୋର୍ଚ୍ଚା ଜିଲ୍ଲା ସଭାପତି ଗଣେଶ କୁମାର, ସାଂସଦ ପ୍ରତିନିଧି ରାଜେନ୍ଦ୍ର ନାରାୟଣ ମିଶ୍ର, ପୂର୍ବତନ ବ୍ଲକ ସଭାପତି ଗୋବିନ୍ଦ ସାହୁ, ସୋସିଆଲ ମିଡିଆର ବିଶି କେଶନ ସେଠି, ପଞ୍ଚାୟତ ପ୍ରମୁଖ ଖିଲାଧର ସାହୁ, ଯୁବମୋର୍ଚ୍ଚା ସଭାପତି ନବୀନ ସାହୁ, ପୂର୍ବତନ ବ୍ଲକ ସଭାପତି ବିଘ୍ନରାଜ ସାହୁ, କର୍ଲାମୁଣ୍ଡା ମଣ୍ଡଳ ସାଧାରଣ ସଂପାଦକ ଲିଙ୍ଗରାଜ ସାହୁ, ବୁଥ ସଭାପତି ଧରଣୀ ସାହୁ ପ୍ରମୁଖ ଯୋଗଦେଇ ପ୍ରଧାନତଃ ଚାଷୀଙ୍କ ଧାନ ଓ କପା କଟନି ଛଟନି, ବିଦ୍ୟୁତ ଶୁଳ୍କ, ମଦ ବେପାର ମୁଖ୍ୟ ମୁଦା ନେଇ କଳାହାଣ୍ଡି ବିଜେପି ଯୋରାଡଵରା ମଣ୍ଡଳ ଓ କର୍ଲାମୁଣ୍ଡା ମଣ୍ଡଳ ଆସନ୍ତା ୪ ତାରିଖରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସକାଳ ୬ ଠାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ରହିବା ପାଇଁ ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.