୭ରୁ ଆମାନାରା ଧନୁଯାତ୍ରା ମହୋତ୍ସବ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ତୃତୀୟ ଆମାନାରା ଧନୁଯାତ୍ରା ମହୋତ୍ସବ ରବିବାର ଠାରୁ ଆରମ୍ଭ ହେବ। ଏଥି ପାଇଁ ଆୟୋଜକ କମିଟି ତରଫରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ଆଲୋକମାଳା ସହିତ ରଙ୍ଗବେରଙ୍ଗ ଚିତ୍ରକଳାରେ କଂସ ମହାରାଜଙ୍କ ଅତ୍ୟାଧୁନିକ ରାଜ ଦରବାର ସଜେଇ ହୋଇଛି। ରବିବାର ଅପରାହ୍ନରେ ଆମାନାରା ଧନୁଯାତ୍ରା ପଡିଆ ସ୍ଥିତ କଂସ ଦରବାର ସ୍ଥଳରେ ଭୂମି ପୂଜନ ହେବ। ସନ୍ଧ୍ୟାରେ ଗାଁର ଇଷ୍ଟଦେଵୀ ମା ଆମାନରହୀନ ପୀଠରେ ପୂଜାର୍ଚନା କରି ଧନୁଯାତ୍ରା ଆୟୋଜନ ପାଇଁ ଆଜ୍ଞାମାଳ ଅଣାଯିବ। ସେଠାରୁ ଏକ ମଶାଲ ଯାତ୍ରା ଗ୍ରାମ ପରିକ୍ରମା କରି କଂସ ଦରବାର ନିକଟରେ ସ୍ଥାପନ କରାଯିବ। ସନ୍ଧ୍ୟା ୭ ଟା ସମୟରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଉଦ୍ଘାଟନୀ ସମାରୋହ ରହିଛି। ଏଥିରେ ଚିଚିନ୍ଦାର ପ୍ରସିଦ୍ଧ କଳାକାର ଝସକେତନ ପ୍ରଧାନ କଂସ ଭୂମିକରେ ଅଭିନୟ କରିବେ। ଚଳିତବର୍ଷ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରତେକ ସନ୍ଧ୍ୟାରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ, ରାଜ ଦରବାର, ଦୁଲଦୁଲି, ବଜାଶାଳ, ସର୍କସ, ଷ୍ଟାର ନାଇଟ ଓ ମିନା ବଜାର ଆଦି ର ଆୟୋଜନ କରାଯାଇଛି। ଚଳିତ ବର୍ଷ ଆମାନାରା ଧନୁଯାତ୍ରା ମହୋତ୍ସବ ଜାନୁଆରୀ ୭ରୁ ଆରମ୍ଭ ହୋଇ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ହେବାର ସୂଚନା ରହିଛି। ତେବେ ଆୟୋଜକ ଧନୁଯାତ୍ରା କମିଟି ସଭାପତି ଚନ୍ଦ୍ରକାନ୍ତ ସିଂ ଠାକୁର, ଉପ ସଭାପତି ନନ୍ଦଲାଲ ରାଉତ, ସମ୍ପାଦକ ୟୋଗେଶ ନିର୍ମଲକର , କୋଷାଧକ୍ଷ ଦିଲୀପ ସିନ୍ହା, ସହ ସମ୍ପାଦକ ସେର ସିଂ ଠାକୁର, ନରେଶ ସାହୁ, ସନ୍ତୋଷ ରାଉତ, ଚୁରଣ ସିଂ ମାଝୀ, ଉମା ଶଙ୍କର ଠାକୁର, ହେମ ରାଉତ, ବହାଦୁର ପାଣ୍ଡେ, ତୋପ ସିଂ ଠାକୁର, ଦେବି ସିଂ ମାଝୀ, ଠାକୁର ରାମ ପଟେଲ, ଯୋଗେନ୍ଦ୍ର ଶର୍ମା, ନୀଳାମ୍ବର ରାଉତ, ପରମେଶ୍ୱର ମାଝୀ, ରାକେଶ ସାହୁ, ହେମନ୍ତ ଦୁର୍ଗା ପ୍ରମୁଖଙ୍କ ସହଯୋଗରେ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.