ବାଘ ଛାଲ ଜବତ, ୭ ଗିରଫ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ଖଡ଼ିଆଳ ବନ ବିଭାଗକୁ ବଡ଼ ସଫଳତା ମିଳିଛି। ବନ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୃଥକ ଭାବରେ ୨ ଗୋଟି ବାଘ ଛାଳ, ୬ ଗୋଟି ମୋବାଇଲ ଫୋନ ଜବତ କରିବା ସହିତ ୭ ଜଣ ବେଆଇନ ବାଘ ଛାଳ ବ୍ୟବସାୟୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏନେଇ ଆଜି ଖଡ଼ିଆଳ ବନ ବିଭାଗ ୩୮୯  ଏବଂ ୩୯୦ ଦୁଇଗୋଟି କେସ ରେକଡ଼ରେ ୭ ଜଣ ଅଭିଯୁକ୍ତଙ୍କୁ ବେଆଇନ ବାଘ ଛାଳ ବ୍ୟବସାୟ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଖଡ଼ିଆଳ ବନବିଭାଗ ଏସିଏଫ ମହମ୍ମଦ ମୁସ୍ତାଫା ସାଲିହା ସୂଚନା ଦେଇଛନ୍ତି। ଅଭିଯୁକ୍ତ ମାନଙ୍କୁ ଖଡ଼ିଆଳ ଶ୍ୟାମକୁମ ଲଜ ଏବଂ ଖଡ଼ିଆଳ ବରପଦର ଛକ ଅଞ୍ଚଳରୁ ଗିରଫ କରିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ଗିରଫ ଅଭିଯୁକ୍ତ ମାନେ ଖଡ଼ିଆଳ ବ୍ଲକ ଖାଇରପଦର ଗାଁର ଲିଙ୍ଗରାଜ ମାଝୀ, ଚୁମ୍ବକ ଲାଲ ପଟେଲ, ବରକୁହୁଟି ଗାଁର ଯୁମ୍ବେଶ୍ୱର ପଟେଲ, ଶୁଶୀଲ ପଟେଲ ହୋଇଥିବା ବେଳେ, ବିରିଘାଟ ମହୁଲଝରଣ ଗାଁର ନିରନ ମାଝୀ, ବୋଡାପାଲି ଗାଁର ଜଗଦୀଶ ମାଝୀ ହୋଇଥିବା ବେଳେ ବଲାଙ୍ଗୀର ଜ଼ୀଲ୍ଲା ବୋରୋବାହାଲ ଗାଁର ଚିତରାମ ପଟେଲ ବୋଲି ଜଣାପଡିଛି। ଆଜି ଅଭିଯୁକ୍ତ ମାନଙ୍କୁ ବେଆଇନ ବନ୍ୟଜନ୍ତୁ ଶିକାର ଏବଂ ବେଆଇନ ବାଘ ଛାଳ ବ୍ୟବସାୟ ନିୟମରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ କିଛିଦିନ ହେବ ଅଭିଯୁକ୍ତମାନେ ଖଡ଼ିଆଳ ଶ୍ୟାମକୁମ ଲଜରେ ରହି ବାଘ ଛାଳ ବିକ୍ରି ପାଇଁ ଗ୍ରାହକ ସହିତ ଡିଲ ଚାଲିଥିବା ବନବିଭାଗ ପାଖରେ ଖବର ହସ୍ତଗତ ହୋଇଥିଲା। ଏହାପରେ ସ୍ୱତନ୍ତ୍ର ଟିମ ଦଳ ଗଠନ କରି ଶ୍ୟାମକୁମ ଲଜରେ ଚଢ଼ାଉକାରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଖଡ଼ିଆଳ ଡିଏଫଓ ନୀତିଶ କୁମାରଙ୍କ ନିର୍ଦେଶକ୍ରମେ ଏସିଏଫ ମହମ୍ମଦ ମୁସ୍ତଫା ସାଲେହାଙ୍କ ନେତୃତ୍ୱରେ ଖଡ଼ିଆଳ ରେଞ୍ଜର ସଂସ୍କୃତା ବଡ଼ ନାୟକ, ଫରେଷ୍ଟର କାନ୍ଧର୍ପ ସୁନାନୀ ଓ ଦୟାନନ୍ଦ ନାୟକ, ଫରେଷ୍ଟ ଗାର୍ଡ ନରେଶ ଦଣ୍ଡସେନା, ସୁଦାମ ବାଗ, ପ୍ରସନ୍ନ ହଂସ, ତରୁଣ ତେଜୀ, ବୀରେନ୍ଦ୍ର ମାଝୀ, ତୁଷାର ଭୋଇ ଏବଂ ବନ୍ୟଜନ୍ତୁ ସୁରକ୍ଷା ସ୍କୁଆର୍ଡ ସହିତ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। ତେବେ ନୂଆପଡା ଜିଲ୍ଲାରେ ଦିନକୁ ଦିନ ବେଆଇନ ବାଘ ଛାଳ, ନଖ ମାଫିଆ ସକ୍ରିୟ ହେଉଥିବା ବେଳେ ବନ ବିଭାଗ ବନ୍ୟଜନ୍ତୁ ସୁରକ୍ଷା ଦେବାପାଇଁ ଆଗୁଆ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.