ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଆଜି ଜାତୀୟ ଯୁବ ଦିବସ ୨୦୨୪ ମାଁ ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖମ୍ବେଶ୍ୱରୀପାଲି ଠାରେ ପାଳନ କରାଯାଇଛି। ଯୁବ ରେଡକ୍ରସ ଓ ରେଡ ରିବନ୍ କ୍ଲବ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ସ୍ୱପ୍ନା ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଶିକ୍ଷକ ରବିନ୍ଦ୍ର କୁମାର ମିଶ୍ର ଯୋଗ ଦେଇଥିଲେ। ଯୁବ କାଉନ ସେଲର ସୁମନ୍ତ କୁମାର ମିଶ୍ର କାର୍ଯକ୍ରମ କୁ ସଞ୍ଚାଳନ କରିଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଦେବାଶିଷ ମିଶ୍ର, ନାରାୟଣ ନାଏକ, ଅଧ୍ୟାପିକା ମମତା ଦାସ, ଚୂମକି ନାଏକ, ମାଧବୀ କର୍ମୀ ଯୋଗ ଦେଇ ଯୁବକ ମାନଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ଦିବସର ବାର୍ତ୍ତା ତଥା ଏହାର ଦାୟିତ୍ଵ ଗ୍ରହଣ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଅନୁରୋଧ କରିଥିଲେ।ଶେଷରେ ଏ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା ବେଳେ ଶେଷରେ ଅଧ୍ୟାପିକା ଚୁମକୀ ନାଏକ ଧନ୍ୟବାଦ୍ ପ୍ରଦାନ କରିଥିଲେ।





