ମୈତ୍ରୀ କମ୍ପାନୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ଜଣେ ଗୁରୁତର, ଦୁଇ ଆହତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗଉଡ): ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ସରମବାଇ ଛକ ଠାରେ ଆଜି ମୈତ୍ରୀ ଇନଫ୍ରା ଘରେଇ କମ୍ପାନୀର ୩ଜଣ କର୍ମଚାରୀଙ୍କ ଉପରେ ମରଣାତ୍ମକ ଆକ୍ରମଣ କରାଯାଇଛି | ମୈତ୍ରୀ କମ୍ପାନୀ କର୍ମଚାରୀଙ୍କ ବୋଲେରୋ ଗାଡି ଅଟକାଇ କିଛି ଦୁର୍ବୁତ୍ତ ମରଣାତ୍ମକ ଆକ୍ରମଣ କରିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି | ଘଟଣାରେ ଆହତ ଅନ୍ୟ ଦୁଇଜଣ କାଶୀପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣାପଡିଛି । ଘଟଣା ସମ୍ପର୍କରେ କମ୍ପାନୀ ପକ୍ଷରୁ କାଶୀପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ଖବର ଲେଖା ସୁଦ୍ଧା ପୋଲିସ ଜଣେ ହେଲେ ଅଭିଯୁକ୍ତକୁ ମଧ୍ୟ ଗିରଫ କରି ନ ଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଥିବା ଜଣାପଡିଛି | ସୂଚନା ପ୍ରକାରେ ଆଜି ମୈତ୍ରୀ କମ୍ପାନୀ ଜିଏମ ସି.ଏଚ. ବୋଷ ଓ ଲୋକସମ୍ପର୍କ ଅଧିକାରୀ ପୃଷ୍ଟି ଦୁରିଆ କୌଣସି କାମ ନେଇ ସିଜିମାଳି ହେଇ କାଶୀପୁରକୁ ଫେରୁଥିଲେ । ପ୍ରାୟ ଦିନ ୨ ଟା ସମୟରେ ପ୍ରାୟ ୨୦ ଜଣ ଯୁବକ ବାଇକ ଯୋଗେ ଆସି ବୋଲେରୋ ଗାଡି କୁ ଅଟକାଇ ଥିଲେ | ପରେ ଆତର୍କିତ ଭାବେ ମରଣାତ୍ମକ ଆକ୍ରମଣ କରିଥିଲେ । ଘଟଣାରେ ବୋଲେର ଗାଡିକୁ ଭଙ୍ଗାରୁଜା କରିବା ସହ ଡ୍ରାଇଭର ନବକୁମାର ଗୌଡ଼, ଜିଏମ ସିଏଚ ବୋଷ ଓ ପୃଷ୍ଟି ଦୁରିଆଙ୍କୁ ଆଖିବୁଝା ଆକ୍ରମଣ କରିଥିଲେ । ଫଳରେ ଲୋକସମ୍ପର୍କ ଅଧିକାରୀ ପୃଷ୍ଟି ଦୁରିଆଙ୍କ ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣା ସ୍ଥଳରେ ସଂଜ୍ଞାହୀନ ହେଇଯାଇଥିବା ବେଳେ ଡ୍ରାଇଭର ନବ ଗୌଡ଼ ଓ ସିଏଚ ବୋଷ ଉଭୟେ ଗୁରୁତର ହେଇଯାଇଥିଲେ । କୌଣସି ପ୍ରକାରରେ କମ୍ପାନୀ କର୍ତ୍ତ୍ତୃପକ୍ଷ ଖବର ପାଇ ଘଟଣା ସ୍ଥଳରୁ ୩ଜଣଙ୍କୁ ଉଦ୍ଧାର କରି ପ୍ରଥମେ କାଶୀପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ବର୍ତ୍ତମାନ ପୃଷ୍ଟି ଦୁରିଆଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ସ୍ଥିତି ଦେଖି ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅନ୍ୟ ଦୁଇଜଣ ବିପଦ ମୁକ୍ତ ଥିବା ଜଣାପଡିଛି । ହେଲେ ଘଟଣାରେ କିଛି ଅପିରିଚିତ ବ୍ୟକ୍ତି ଆକ୍ରମଣ ରେ ସାମିଲ ଥିବା ବେଳେ ଲିଖିତ ଅଭିଯୋଗ ରେ ଜଳେ ନାଏକ, କାର୍ତିକ ନାଏକ ଓ ଯଜ୍ଞ ନାଏକ ବୋଲି କମ୍ପାନୀ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.