ସରକାରୀ ଉଚ୍ଚ ବିଦ୍ୟାଳୟ ଶଗଡ଼ାର ବାର୍ଷିକ କ୍ରୀଡ଼ା ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାରୀ ଉଚ୍ଚ ବିଦ୍ୟାଳୟ ଶଗଡ଼ାର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡ଼ା ମହୋତ୍ସବକୁ ଶଗଡ଼ା ସରପଂଚ ଗୋବିନ୍ଦ ନାଏକ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ମୁଖ୍ୟ ଅତିଥି ଶ୍ରୀ ନାଏକ କହିଥିଲେ ବିଦ୍ୟାଳୟ କେବଳ ପାଠ ପଢ଼ାଇବା ପାଇଁ ଉଦ୍ଦିଷ୍ଟ ନୁହେଁ, ପ୍ରତ୍ୟେକ ଛାତ୍ରର ସର୍ବାଙ୍ଗୀନ ବିକାଶ ପାଇଁ ବିଦ୍ୟାଳୟ ଉଦ୍ଦିଷ୍ଟ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କଳାହାଣ୍ଡି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସଂଜୟ କୁମାର ମିଶ୍ର କହିଥିଲେ ଯେ ବିଦ୍ୟାଳୟରେ କ୍ରୀଡ଼ା ସହ ଛାତ୍ରର ମାନସିକସ୍ତରର ସଂସ୍କାର ବୃଦ୍ଧି କରି ଜଣେ ସୁନାଗରିକ ତିଆରି କରିବା ପାଇଁ ଉଦ୍ଦିଷ୍ଟ । ସେ କହିଥିଲେ କ୍ରୀଡା଼ ମଣିଷକୁ ଶୃଙ୍ଖଳା ଶିଖାଏ । ପ୍ରତ୍ୟେକଙ୍କ ଜୀବନରେ ବ୍ୟାୟାମ ଓ ଯୋଗର ଆବଶ୍ୟକତା ରହିଛି । ଯୋଗ ମଣିଷକୁ ସୁନାଗରିକରେ ପରିଣତ କରେ ।

Udyog Nursery
Udyogi Nursery

ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଆସନ୍ତ ନାଏକ ଓ ସରଗିଗୁଡ଼ା ସିଆରସି ମହମ୍ମଦ ଜାକିର ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ସାହୁ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ବରିଷ୍ଠ ଶିକ୍ଷକ ଯୁଧିଷ୍ଠିର ମୁଦୁଲି । ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସୁନୀଲ କୁମାର ନାୟକ, ସରକାରୀ ହାଇସ୍କୁଲ, କିଆପଦରର କ୍ରୀଡ଼ା ଶିକ୍ଷକ ଶୁଭମ୍ ଜ୍ୟୋତି ରାଉତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ସହଯୋଗରେ ସବ୍ ଜୁନିୟର, ଜୁନିୟର ଓ ସିନୟର ବର୍ଗର ମୋଟ ୨୬ଟି ବିଭାଗର କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡ଼ା ଉତ୍ସବରେ ବିଦ୍ୟାଳୟର ପ୍ରାୟ ୨୫୦ ଛାତ୍ରଛାତ୍ରୀ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.