କଳାହାଣ୍ଡି ବଙ୍କା ସମାଜ ପକ୍ଷରୁ ସ୍ୱର୍ଗତ ରାଧାକାନ୍ତ ଧଙ୍ଗଡାମାଝୀଙ୍କ ଶୋକସଭା

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ବଙ୍କା ସମାଜ ତରଫରୁ ଜୁନାଗଡ଼ ତାଲବନ୍ଧ ପଡ଼ା ଦୁର୍ଗା ମଣ୍ଡପ ଠାରେ ସ୍ୱର୍ଗତ ରାଧାକାନ୍ତ ଧଙ୍ଗଡାମାଝୀଙ୍କ ଶୋକସଭା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ବଙ୍କା ସମାଜ ସଭାପତିଶ୍ରୀ ବିମ୍ବାଧର ପ୍ରଧାନୀ ସ୍ୱର୍ଗତ ଧଙ୍ଗଡାମାଝୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସ୍ୱର୍ଗତ ଧଙ୍ଗଡାମାଝୀ ୧୯୩୦ ମସିହା ଜାନୁୟାରୀ ୧ ତାରିଖ ଦିନ ଭଜମନ ଧଙ୍ଗଡାମାଝୀ ଔରଷରୁ ଜନ୍ମ ଗ୍ରହଣ କରିଥିଲେ। ୧୯୪୯ ମସିହାରେ ପ୍ରଥମ ମାଟ୍ରିକୁଲେସନ ପାସ କରି ସେହି ବର୍ଷ ପ୍ରଥମେ ଶିକ୍ଷା ବିଭାଗରେ କାଶୀପୁର ମଧ୍ଯ ଇଂରାଜୀ ବିଦ୍ୟାଳୟ ଠାରେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହା ସାଙ୍ଗେ ସାଙ୍ଗେ ୧୯୫୨ ମସିହାରେ ଅଭିଭକ୍ତ କଳାହାଣ୍ଡି ନୂଆପଡା କୋରାପୁଟ ଅଂଚଳର ସମସ୍ତ ଗାଁ ବୁଲି ବୁଲି ସମାଜ ସଂସ୍କାର ଆରମ୍ଭ କରି କରି ଦେଇଥିଲେ। ସେ ଜଣେ ଆଦର୍ଶ ଶିକ୍ଷକ ଥିଲେ। ୧୯୫୭ ମସିହା ମଇ ମାସ ୨୫ ରୁ ୧୯୭୩ ମସିହା ପର୍ଯ୍ୟନ୍ତ ସମ୍ପାଦକ କାର୍ଯ୍ୟ ତୁଲାଇ ଥିଲେ। ସେ ୧୯୮୭ ମସିହା ଡିସେମ୍ବର ୩୧ ତାରିଖ ଜୁନାଗଡ଼ ଉଚ୍ଚ ବିଦ୍ୟାଳୟଠାରେ ସ‌ହ ଶିକ୍ଷକ ପଦବୀ ଥିବା ସମୟରେ ଅବସର ନେଇଥିଲେ। ସେ ବଡ଼କୁଟରୁ ପଂଚାୟତ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ଥିଲେ ଏବଂ ସ୍କୁଲକୁ ୩ ଏକର ଜମି ଦାନ କରିଛନ୍ତି। ତାଙ୍କର ବିୟୋଗ ଆଠଟି ଜିଲ୍ଲାର ବଙ୍କା ସମାଜର ଅପୂରଣୀୟ କ୍ଷତି ବୋଲି ଶୋକସଭାରେ ମତ ପ୍ରକାଶ ପାଇଛି। ଉକ୍ତ ସଭାରେ ଉପ ସଭାପତି ବାମଦେବ ପୁଝାରି, ସହ ସମ୍ପାଦକ ରାଜେନ୍ଦ୍ର କୁମାର ମହାଳିକ, ସମାଜ ନିର୍ବାଚନ ଅଧିକାରୀ ଘନଶ୍ୟାମ ଚଲାନ, ଜୁନାଗଡ଼ ଅଂଚଳ ସଭାପତି ଭୂପେନ୍ଦ୍ର ଦଣ୍ଡସେନା, ମସିଗାଁ ଅଂଚଳ ସଭାପତି ଆନନ୍ଦ ଦଣ୍ଡସେନା, କୋଷାଧକ୍ଷ ରମଣୀକାନ୍ତ ପ୍ରଧାନୀ, ତାଙ୍କର ପୁରାତନ ଶିଷ୍ୟଗଣ ଯଥା ପଣ୍ଡରା ମାଳି ସମାଜର ଯୁବ ସଭାପତି ଦୁର୍ଗା ପ୍ରସାଦ ନାୟକ, ସୀତାକାନ୍ତ ଧଙ୍ଗଡାମାଝୀ, ନୀଳାଞ୍ଚଳ ମେହେର, ପ୍ରସନ୍ନ ଦଣ୍ଡସେନା, ଶୋଭା ଚନ୍ଦ୍ର ପାଣ୍ଡେ ବଙ୍କା ସମାଜ ନିର୍ବାଚନ ଅଧିକାରୀ, ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଓ ଛାତ୍ର ଉପସ୍ଥିତ ରହି ତାଙ୍କର ସ୍ମୃତି ଚାରଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.