ପୋଡାଗୁଡା ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରାଜ୍ୟ ସରକାର ଜଗନ୍ନାଥ ସଂସ୍କୃତିର ସଂରକ୍ଷଣଠାରୁ ଆରମ୍ଭ କରି ଧାର୍ମିକ ସ୍ଥଳ ଗୁଡିକର ରୁପାନ୍ତୀକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ଗୁଡିକର ରୁପାନ୍ତୀକରଣ, କ୍ରୀଡା ଭିତ୍ତିଭୂମିର ବିକାଶ, ଐତିହ୍ୟ ଭିତ୍ତିଭୂମିର ବିକାଶ ଓ ସୁଗମ ପରିବହନ ବ୍ୟବସ୍ଥା ଆଦି ଉପରେ ଗୁରୁତ୍ବ ଦିଆଯାଇଛି।ଏହି ସବୁ ଲୋକ ଲୋଚନକୁ ଆଣିବାକୁ ଯାଇ ଶନିବାର କୋକସରା ବ୍ଲକ ପୋଡ଼ାଗୁଡା ଠାରେ ଅନୁଷ୍ଠିତ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ସରପଞ୍ଚ ଜୟରାମ ନାଗଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ବିଜେଡ଼ି ସଭପତି ମାନସ ରଞ୍ଜନ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ,ଆମପାଣି ଜୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସମିତିସଭ୍ୟ ରାଜୀବ ଖମାରୀ,ନାଏବ ସରପଞ୍ଚ ସରସ୍ବତୀ ସୋରି,ଗୋତମୁଣ୍ଡା ସରପଞ୍ଚ ପଦ୍ମିନୀ ପୁଝାରୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ବିଭିନ୍ନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଷ୍ଟଲ୍ ଗୁଡ଼ିକ ଖୋଲାଯାଇ ନିଜ ନିଜ ବିଭାଗର ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନତା କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦାମୋଦର ବେମାଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ଅଜୟ ମାଝୀ ପରିଚାଳନା କରିଥିଲେ।ଜିଆରଏସ କୁନି ମାଝୀ, ଯୋଗାଣ ସହାୟକ ହେଜମନ ନିଏଲ ସମେତ ପଞ୍ଚାୟତ କର୍ମଚାରୀମାନେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.