ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ବ୍ଲକ ତରବୋଡ଼ ଓ ଝଗ୍ରାହୀ ପଂଚାୟତରେ ଆମ ଓଡିଶା ନବୀନ ଓଡିଶାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କୋମନା ବିଡ଼ିଓ ହିତାଂଶୁ ଶେଖର ସାମଲଙ୍କ ତତ୍ୱାବଧାନରେ ଏବଂ ତରବୋଡ଼ ପିଇଓ ଟିକଚନ୍ଦ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ବିଧାୟକ ପ୍ରତିନିଧି ଜୟ ଢୋଲକିଆ, ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରାମଲାଲ ହଂସ, ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, ସିଆଲଟି ସରପଞ୍ଚ କାଳିଆ ପ୍ରଧାନ, ତରବୋଡ଼ ସରପଞ୍ଚ ଶ୍ୟାମ ପୁଷ୍ଟି, ସମିତି ସଭ୍ୟ ଯୁଗଳ ସାହୁ, ମାନିଗୁଡା ସମିତି ସଭ୍ୟ କୃଷ୍ଣଚନ୍ଦ୍ର ବେମାଲ, ଜଟଗଡ଼ସରପଞ୍ଚ ଠାକୁର ଜଗତ, କୁରୁମପୁରୀ ସମିତି ପ୍ରତିନିଧି ଉପାଶୁ ସୁନାନୀ, ଗଣ୍ଡାମେର ସମିତି କେଶବ ନିଆଲ, ଦେଓଧରା ସମିତି ସଭ୍ୟ ଶୋଭାରାମ ମାଝୀ, ଯୁବନେତା ସଞ୍ଜୟ ପ୍ରଧାନ, ବରିଷ୍ଠ ସମାଜସେବୀ କ୍ଷମା ନିଆଲ, ସମାଜସେବୀ ମାଧବ ସାହୁ ପ୍ରମୁଖ ଯୋଗ ଦେଇ ମଂଚାସୀନ ଥିଲେ | ତରବୋଡ଼ଗାଁ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା | ଲୋକଙ୍କୁ ସଚେତନତା କରିବା ପାଇଁ ବିଭିନ୍ନ ବିଭାଗର ଦ୍ୱାରା ପ୍ରଦର୍ଶିନୀ ଷ୍ଟଲ କରାଯାଇଥିଲା | ଜିଆରଏସ ଦେବଦାଶ ପାଢ଼ୀ ପ୍ରମୁଖ ଭାବେ ସହଯୋଗ କରିଥିବା ବେଳେ ଶିକ୍ଷକ ପରସରାମ ମାଝୀ ମଞ୍ଚ ପରିଚାଳନା କରିଥିଲେ | ସେହିପରି ଝଗ୍ରାହୀ ଠାରେ ମଧ୍ୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କୋମନା ବିଡ଼ିଓ ହିତାଂଶୁ ଶେଖର ସାମଲଙ୍କ ତତ୍ୱାବଧାନରେ ଏବଂ ପିଇଓ ଜୟପ୍ରକାଶ ମାଝୀଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ବିଜେଡି ସାଧାରଣ ସମ୍ପାଦକ କାଳିଆ ପ୍ରଧାନ, କୋମନା ବ୍ଲକ ଅତିରିକ୍ତ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଭକ୍ତବନ୍ଧୁ ବୁଡ଼େକ, କୋମନା ବ୍ଲକ ଅତିରିକ୍ତ ସହାୟକ ଯନ୍ତ୍ରୀ ଦୁର୍ଗା ଚରଣ ମେହେର, ସରପଞ୍ଚ ପୁଷ୍ପାଞ୍ଜଳି ଚିନାଗୁନ, ସମିତି ସଭ୍ୟା ସସ୍ମିତା ଗଡା଼ତିଆ, ପଲସିପାଣି ସରପଞ୍ଚ ଗଙ୍ଗାରାମ ମାଝୀ, ବିଜେଡି ନେତ୍ରୀ ଭଗଳୀ ସୁନାନୀ, ଦେଓଧରା ସମିତ ଦେଓଧର ମାଝୀ ପ୍ରମୁଖ ଉପସ୍ଥିତ ରହି ମଂଚାସୀନ ଥିଲେ | ଘନଶ୍ୟାମ କୁମ୍ଭାର ମଞ୍ଚ ପରିଚାଳନା କରିଥିବା ବେଳେ ଜିଆରଇଏ ମୋତିଲାଲ ମାଝୀ ପ୍ରମୁଖ ବିଶେଷ ଭାବେ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ନୃତ୍ୟ ପରିବେଶଣ କରିଥିଲେ | ତେବେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ନିଜର ପଂଚାୟତରେ ହୋଇଥିବା ବିକାଶଧାର ବିଷୟରେ ଲୋକଙ୍କୁ ସଚେତନତା କରାଇବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ | ସାମାଜିକ ବିକାଶକୁ ଗୁରୁତ୍ୱ ଦେଉଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ହେବା ସମ୍ପୂର୍ଣ ଭାବେ ସମ୍ଭବ ବୋଲି ଅତିଥିଗଣ ମତ ପ୍ରକାଶ କରିଥିଲେ |