ଦେଓଗାଁ ଥାନାର ଶୁଭ ଉଦ୍ଘାଟନୀ ସମାରୋହ

ସଇଁତଲା,୧୯/୬ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ଠାରେ ଅଜି ଦେଓଗାଁ ଫାଣ୍ଡିକୁ ଥାନା ମାନ୍ୟତା ଦିଆଯିବା ସହ ଶୁଭାରମ୍ଭ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବଲାଙ୍ଗୀର ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ର, ଦକ୍ଷିଣାଞ୍ଚଳ ଆରକ୍ଷୀ ଅଧିକ୍ଷକ ସମ୍ବଲପୁର ସତ୍ୟବ୍ରତ ଭୋଇ ଓ ଆରକ୍ଷୀ ଅଧିକାରୀ  କେ ସୁବ୍ରମଣି ଉପସ୍ଥିତ ଥିଲେ । ଥାନା ମାନ୍ୟତା ପାଇବା ଦ୍ୱାରା ଅଞ୍ଚଳ ର ବହୁ ସୁବିଧା ସୁଯୋଗ ହେବ ବୋଲି ମଞ୍ଚାସିନ ଅତିଥି ଅଭିଭାଷଣ ପ୍ରଦାନ କରିଥିଲେ । ଓ ବହୁ ଶୀଘ୍ର ଥାନା ରେ ଖାଲି ଥିବାପଦବୀ ପୂରଣ କରାଯିବ ବୋଲି ବଲାଙ୍ଗୀର ଆରକ୍ଷୀ ପ୍ରତିଶ୍ରୁତି ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଦେଓଗାଁ ଅଞ୍ଚଳର ବୃଦ୍ଧିଜ୍ବୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଦ୍ୱଗୁଣିତ କରିଥିବା ବେଳେ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଶ୍ରୀଯୁକ୍ତ ଶଷିଭୂଷଣ ସାହୁ ଧନ୍ୟବାଦ ଦେବା ସହ ଦେଓଗାଁ ବ୍ଲକରେ ରେଜିଷ୍ଟ୍ରେସନ ଅଫିସ ପାଇଁ ମାନ୍ୟବର ମନ୍ତ୍ରୀ ଙ୍କୁ ଅଭିଭାଷଣ ମାଧ୍ୟମରେ ଦାବି କରିଥିଲେ। ଶେଷରେ ଦେଓଗାଁ ଥାନା ଅଧିକାରୀ ସମସ୍ତ ଙ୍କୁ ଧନ୍ୟବାଦ ଜଣେଇ ସଭା କାର୍ଯ୍ୟ ସାଙ୍ଗ କରିଥିଲେ ।

ସଇଁତଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.