ଜିଲା ସ୍ତରୀୟ ଖରିଫ ଚାଷ ନିର୍ଦ୍ଧାରଣ କମିଟି ବୈଠକ

ସୋନପୁର,୨୦/୬ : ଜିଲା କୃଷି ବିଭାଗ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲା ସ୍ତରୀୟ ଖରିଫ ଚାଷ ନିର୍ଦ୍ଧାରଣ କମିଟି ବୈଠକରେ ସୁବର୍ଣ୍ଣପୁର ଜିଲାର ୧ ଲକ୍ଷ ୨ ହଜାର ୧୩୫ ହେକ୍ଟର ଜମିରେ ଖରିଫ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଜିଲା କୃଷି ବିଭାଗ ପକ୍ଷରୁ ଆୟୋଜିତ ବୈଠକରେ ଜିଲାପାଳ ମଧୁସୂଦନ ମିଶ୍ର ଅଧ୍ୟକ୍ଷତା କରିଥିଲେ । କୃଷି ବିଭାଗ ସହିତ ଜଡିତ ବିଭିନ୍ନ ବିଭାଗର ଅଧିକାରୀ ଅଫିସ ଭିତରେ ନବସି ବାସ୍ତବ କ୍ଷେତ୍ରରେ ରହି କାର୍ଯ୍ୟ କଲେ ଜିଲାରେ କୃଷିର ବିକାଶ ସମ୍ଭବ ବୋଲି ମତ ପ୍ରକାଶ କରିଥିଲେ । ଆରମ୍ଭରେ ଉପ କୃଷି ନିର୍ଦ୍ଦେଶକ ସନ୍ତୋଷ ଜେନା ସ୍ୱାଗତ ଭାଷଣ ପ୍ରଦାନ କରି ଚଳିତ ଖରିଫ ଋତୁରେ ଜିଲାର ୯୪୭୩୫ ହେକ୍ଟର ଜମିରେ ଅଧିକ ଉତ୍ପାଦନକ୍ଷମ କିସମ ଧାନ, ୭ ହଜାର ହେକ୍ଟରରେ ଶଙ୍କର ଜାତୀୟ ଧାନ ଓ ୪ ଶହ ହେକ୍ଟରରେ ସ୍ଥାନୀୟ କିସମ ଧାନ କରାଯିବାକୁ ଲକ୍ଷ୍ୟ ରହିଥିବା ସୂଚନା ଦେଇଥିଲେ । ୧୪୯୦୦ ହେକ୍ଟର ଜମିରେ ଶତ୍ସ୍ୟ ଜାତୀୟ ଫସଲ, ୧୯୪୦ ହେକ୍ଟରରେ ତୈଳବୀଜ ଫସଲ, ୪୪୫୦ ହେକ୍ଟରରେ ପନିପରିବା ଚାଷ, ହଜାରେ ହେକ୍ଟରରେ ମରିଚ, ୧୨୫ ହେକ୍ଟରରେ ଆଖୁ ସହ ୨ ଶହ ହେକ୍ଟର ଜମିରେ ଉଦ୍ୟାନ ଚାଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସୂଚନା ଦେଇଥିଲେ । ଜିଲାରେ ଥିବା ସମସ୍ତ ୬୪ ଟି ପ୍ୟାକ୍ସ ଓ କ୍ଷମତାପ୍ରାପ୍ତ ଡିଲରଙ୍କ ଜରିଆରେ ୨୩୬୦୧ କ୍ୱିଣ୍ଟାଲ ଧାନ, ୩୦ କ୍ୱିଣ୍ଟାଲ ହରଡ, ୨୪୦ କ୍ୱିଣ୍ଟାଲ ମୁଗ, ୫୦ କ୍ୱିଣ୍ଟାଲ ବିରି, ୫୦ କ୍ୱିଣ୍ଟାଲ ଧନିଚା ଓ ୨୦ କ୍ୱିଣ୍ଟାଲ ରାଶି ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନ୍ୟୁାୟୀ, ଚାଷୀ ମାନଙ୍କୁ ସିଧାସଳଖ ସୁବିଧା ଯୋଜନା (ଡିବିଟି)କୁ କଡାକଡି ପାଳନ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ଚଳିତ ଖରିଫରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧିନରେ ୪୦ ହଜାର ଋଣୀ ଚାଷୀ ଓ ୩୪ ହଜାର ଅଣ ଋଣୀଚାଷୀଙ୍କୁ ସାମିଲ କରାଯିବାକୁ ସରକାର ଧାର୍ଯ୍ୟ କରିଥିବା ବୈଠକରେ ସୂଚନା ଦିଆଯାଇଥିଲା । ସେହି ରି ଉଦ୍ୟାନ ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଧ୍ୟ ଚାଲିଥିବା ବିଭିନ୍ନ ଯୋଜନା ସବୁ ଚାଷୀ ମାନଙ୍କ ନିକଟରେ ଯେପରି ସଫଳତାର ସହ କାର୍ଯ୍ୟକାରୀ ହେବ ସେଥି ପ୍ରତି ବିଶେଷ ଧ୍ୟାନ ଦେବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କୃଷି ବିଜ୍ଞାନ କେନ୍ଦ୍ର ସଂଯୋଜକ ଜୀବନଜିତ ସେନ, ନାବାର୍ଡ ସହକାରୀ ପରିଚାଳକ ତାପସ ଶଙ୍କର ରାଉତ, ଏଚଡିଏଫସି ରାଜ୍ୟ ସଂଯୋଜକ ଶୁଶାନ୍ତ ଭୁୟାଁ, ଏଫଇଏସ ଯୋଜନା ପରିଚାଳକ ହୃଷୀକେଶ ମହାପାତ୍ର, ଲିଡ ବ୍ୟାଙ୍କ ମ୍ୟାନେଜର ସରୋଜ ଦାସ, ଜିଲା ସୂଚନା ଓ ଲୋକ ସମ୍ପକୟ ଅଧିକାରୀ ହରିଚରଣ ମିଶ୍ର, ସହକାରୀ କଲେକ୍ଟର ମୁକ୍ତେଶ୍ୱର ପାଣିଗ୍ରାହୀ, ବୀରମହାରାଜପୁର ଜିଲା କୃଷି ଅଧିକାରୀ ପ୍ରଶାନ୍ତ ଶତପଥି, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜବନ୍ଧୁ ପାଣିଗ୍ରାହୀ, ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ଭାଗିରଥି ମହନ୍ତ, ମେଗା ଉଠାଜଳସେଚନ ନିର୍ବାହୀ ଯନ୍ତ୍ରୀ କିଶୋର ବିଶ୍ୱାଳ, ମୃତ୍ତିକା ରସାୟନବିତ ଅନିଲ ପ୍ରହରାଜ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Omkar Vasthu
Omkar Vasthu

 

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.