ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଜିଲ୍ଲା ସ୍ତରୀୟ ପଡୋଶୀ ସାଂସଦ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରାହୁଲ ବାଗ): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଘାଟିପଡା ସ୍ଥିତ ଶ୍ରୀ ସାଇ ଡିଗ୍ରୀ କଲେଜ ପରିସର ମଧ୍ୟରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ନେହେରୁ ଯୁବକେନ୍ଦ୍ର ନୂଆପଡ଼ା ପକ୍ଷରୁ ଜିଲ୍ଲା ସ୍ତରୀୟ ପଡୋଶୀ ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ନେହେରୁ ଯୁବକେନ୍ଦ୍ର ଅଧିକାରୀ ପ୍ରସନ୍ନ କୁମାର ମେହେର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଯୋଗଦେଇ ଦେଶର ଯୁବ ଗୋଷ୍ଠୀ ଏକ ସୁସ୍ଥ ଏବଂ ସ୍ଥିର ସରକାର ଗଠନରେ ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିବାକୁ ଆହ୍ବାନ କରିଥିଲେ। ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ଯୋଗ ଦେଇଥିବା ବେଳେ କଲେଜ୍ ଅଧ୍ୟକ୍ଷ ଡ଼ ଅଶୋକ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ। ଜାତୀୟ ସେବା ଯୋଜନା ନେସନାଲ କଲେଜ୍ ଅଧିକାରୀ ଶିବ ପ୍ରସାଦ ସା, କିଶୋର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ସଭାରେ ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରି ଜିଲ୍ଲା ସ୍ତରୀୟ ପଡୋଶୀ ସାଂସଦ କାର୍ଯ୍ୟକ୍ରମରେ ନିଜକୁ ସଶକ୍ତ କରିଛନ୍ତି। ନେହେରୁ ଯୁବ କେନ୍ଦ୍ର କର୍ମଚାରୀ ମୁକେଶ ପାଣ୍ଡେ ଧନ୍ୟବାଦ ଦେଇଥିଲେ। ନେହେରୁ ଯୁବ କେନ୍ଦ୍ର ଜାତୀୟ ଭୋଲେନଟିଅର ଭାରତୀ ଭୋଇ, ଅଞ୍ଜଳୀ ଶବର, ବିଶାଖା ହରିଜନ, କବିତା ଶବର, ଭଞ୍ଜକିଶୋର ନାୟକ, ପୁରୁଷୋତ୍ତମ ଶବର, ଯଶୋବନ୍ତ ଶବର, ଯଶୋବନ୍ତ ହଂସ ପ୍ରମୁଖ ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.