ସମ୍ପ୍ରସାରିତ ସ୍ଵାସ୍ଥ୍ୟ ସେବାକୁ ନେଇ ଆଶା କର୍ମୀ ମାନଙ୍କ ନିମନ୍ତେ ୪ଦିନିଆ ତୃତୀୟ ପର୍ଯ୍ୟାୟ ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): କଳାହାଣ୍ଡି ଜିଲ୍ଲା କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହ ରେ ସମ୍ପ୍ରସାରିତ ସ୍ଵାସ୍ଥ୍ୟ ସେବା କୁ ନେଇ ଆଶାକର୍ମୀ ମାନଙ୍କ ନିମନ୍ତେ ୪ ଦିନିଆ ତୃତୀୟ ପର୍ଯ୍ୟାୟ ତାଲିମ ଶିବିର ମାର୍ଚ୍ଚ ୭ ତାରିଖ ଠାରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଇଯାଇଛି। ଏହି ଶିବିରରେ ଆଶାକର୍ମୀ ଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଗୋଷ୍ଠୀରେ ବିଭିନ୍ନ ରୋଗର ଚିହ୍ନଟ ଓ ସେବା ପ୍ରଦାନ ସକାଶେ ଆଶାକର୍ମୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଏହି ରୋଗ ଗୁଡ଼ିକ ହେଲା କର୍ଣ୍ଣ, ନାଶା, ଗଳାର ଯତ୍ନ, ଚକ୍ଷୁ,ମୁଖ ଗହ୍ଵର, ବୃଦ୍ଧାବସ୍ଥାରେ ସ୍ଵାସ୍ଥ୍ୟର ଯତ୍ନ,ମାନସିକ, ସ୍ନାୟବିକ, ନିଷିଦ୍ଧ ମାଦକ ଦ୍ରବ୍ୟ ସେବନ ଜନିତ ବିକୃତି ର ଯତ୍ନ, ଜରୁରୀ କାଳୀନ ଯତ୍ନ, ଅଣ ସଂକ୍ରମିତ ରୋଗର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଆଶାକର୍ମୀ ମାନେ ତାଲିମ ନେଇଥିଲେ। ଉକ୍ତ ତାଲିମ ଶିବିର ଗୋଷ୍ଠୀ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ଶିବାଶିଷ ସ୍ୱାଇଁ ଙ୍କ ତତ୍ତ୍ଵାବଧାନରେ ସିଏଚଓ ଶୁଭଶ୍ରୀ ନାୟକ, ବିଷ୍ଣୁପ୍ରିୟା ନାଏକ, ବେବି ଛାତ୍ରୀଆ, ଲିଲି ନାଗ, ପଦ୍ମାବତୀ ନାଗ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କାରୀ ଭାବେ ଉପସ୍ଥିତ ରହି ଆଶାକର୍ମୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ହେମନ୍ତ କୁମାର ଶଗଡ଼ିଆ ଏବଂ ବି.ପି.ଏମ୍ ପ୍ରଶାନ୍ତ ପାଢ଼ୀ ତାଲିମ ଶିବିର ପରିଚାଳନା ରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.