ଭାଟେଲ ଗ୍ରାମରେ ବୃଦ୍ଧଙ୍କ ସନ୍ଦେହଜନକ ମୃତ୍ୟୁ; ହତ୍ୟା ସନ୍ଦେହ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସେରଗଡ ଗ୍ରାମ ପଞ୍ଚାୟତ ଭାଟେଲ ଗ୍ରାମ ଚଞ୍ଚରାପଡାର ରାମକୃଷ୍ଣ ରଣା(୫୫)ଙ୍କ ମୃତ ଦେହ ଆଜି ସୋମବାର ଗାଁ ମୁଣ୍ଡରେ ପଡିରହିଥିବାରୁ ତାଙ୍କ ପୁଅ ଭୀମ ରଣା ନର୍ଲା ଥାନାରେ ଏତେଲା ଦେଇଥିବା ଜଣାପଡିଛି। ଖବର ନେବାରୁ ଜଣାପଡିଛି ଯେ ରାମକୃଷ୍ଣ ରଣାଙ୍କ ସ୍ତ୍ରୀ ଗତ ୫ ବର୍ଷ ତଳୁ ମରିଯାଇଛନ୍ତି। ସ୍ତ୍ରୀ ମରିଯିବା ପରେ ସ୍ୱର୍ଗତ ଶ୍ରୀ ରଣା ଦ୍ୱିତୀୟ ବିବାହ କରିଥିଲେ। ତାଙ୍କର ଦ୍ୱିତୀୟ ସ୍ତ୍ରୀଙ୍କ ଗର୍ଭରୁ ଆଉ ଏକ ପୁତ୍ର ସନ୍ତାନ ରହିଥିବା ଜଣା ପଡିଛି। ବିଭିନ୍ନ କାରଣକୁ ନେଇ ଘରେ ସବୁବେଳେ ଝଗଡା ଲାଗିରହୁଥିଲା ବୋଲି ପଡୋଶୀ ଓ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ସେଭଳି କିଛି ଗୁରୁତର ରୋଗ ବେମାର ନଥାଇ ରାମକୃଷ୍ଣ ରଣାଙ୍କ ଅକସ୍ମାତ ଏଭଳି ମୃତ୍ୟୁକୁ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁନଥିବା ବେଳେ ତାଙ୍କ ବଡ ପୁଅ ଭୀମ ରଣା ତାଙ୍କ ବାପାଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ନର୍ଲା ଥାନାରେ ଏତେଲା ଦାଏର କରିଥିବା ଜଣାପଡିଛି। ନର୍ଲା ଆଇଆଇସି ମମତା ପାଣିଗ୍ରାହୀଙ୍କ ମତାମତ ନେବାରୁ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଛି ଏବଂ ତଦନ୍ତ ଜାରିରଖିଛି, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ତାଙ୍କ ମତାମତରେ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.