ବିଜେଡିରେ ଯୋଗଦେଲେ କୋକସରା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ

ରାଜୁଙ୍କ ଯୋଗଦାନ ପରେ ପୁରୁଣା ନେତାଙ୍କ ମନରେ ଛନକା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଗତ ପଞ୍ଚାୟତ ନିର୍ବାଚନରେ ହଠାତ୍ ରାଜନୀତିରେ ପାଦ ଦେଇଥିବା ଲଡୁଗାଁର ଦମ୍ପତି ରାଜୀବ ଅଗ୍ରୱାଲ (ରାଜୁ) ଓ ରିତା ଅଗ୍ରୱାଲ ପ୍ରଥମ ଥରରେ ନିର୍ବାଚନରେ ବିଜୟୀ ହୋଇ ନିର୍ଦ୍ବନ୍ଦ୍ବରେ କୋକସରା ବ୍ଳକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ପଦ ହାସଲ କରି ନେଇଥିଲେ। ଅନବରତ ଲୋକଙ୍କ ସେବା ଯୋଗୁଁ ଜନତା ଜନାର୍ଦ୍ଦନ ମଧ୍ୟ ତାଙ୍କୁ ଗ୍ରହଣ କରିଛନ୍ତି। ଏବଂ କମ ଦିନରେ ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି। ବ୍ଳକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଆସନ୍ତା ସାଧାରଣ ନିର୍ବାଚନରେ ଧର୍ମଗଡ ନିର୍ବାଚନ ମଣ୍ଡଳୀରୁ ବିଧାୟକ ହେବା ପାଇଁ ଆଶାୟୀ ରହିଛନ୍ତି। ତେବେ କେଉଁ ଦଳକୁ ଯିବେ ସେନେଇ ଅନେକ ଦିନରୁ କଳ୍ପନା ଜଳ୍ପନା ଜାରି ରହିଥିଲା। ତେବେ ହଠାତ୍ ଶଙ୍ଖ ଭବନ ପହଞ୍ଚି ବିଜେଡିରେ ଯୋଗଦାନ କରିଥିବା କଥାକୁ ଲୋକେ ରାଜନୈତିକ ଚାପ ନାଁ’ ବିଧାୟକ ଟିକେଟ ପାଇଁ ଆଶାୟୀ ବୋଲି ଚର୍ଚ୍ଚା ଆଲୋଚନା କରୁଛନ୍ତି। ଏହି କ୍ରମରେ ସୋମବାର ଭୁବନେଶ୍ଵର ଶଙ୍ଖ ଭବନଠାରେ ମିଶ୍ରଣ ପର୍ବରେ କୋକସରା ବ୍ଳକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଓ ରାଜୀବ କୁମାର ଅଗ୍ରୱାଲ ନିଜର ଶହ ଶହ ସମର୍ଥକ ଗହଣରେ ବିଧିବଦ୍ଧ ଭାବେ ବିଜେଡ଼ି ଦଳରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଧାୟକ ତଥା ସାଂଗଠାନିକ ସମ୍ପାଦକ ପ୍ରବଣ ପ୍ରକାଶ ଦାସ, କଳାହାଣ୍ଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ପୂର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ, ଧର୍ମଗଡ ବିଧାୟକ ମୌଷଧୀ ବାଗ, ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର ପ୍ରମୂଖ ସେମାନଙ୍କୁ ସ୍ବାଗତ କରିଛନ୍ତି।ସୋମବାର ବିଧିବଦ୍ଧ ଭାବରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବ୍ଲକର ବିଭିନ୍ନ ପଞ୍ଚାୟତର ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ ସଭ୍ୟା ଓ ପୂର୍ବତନ ସରପଞ୍ଚ, ୱାର୍ଡ ମେମ୍ବର, ଲୋକପ୍ରତିନିଧି ମାନେ ପ୍ରାୟ ୩୦୦ରୁ ଉର୍ଦ୍ଧ ସମର୍ଥକଙ୍କ ଶଙ୍ଖ ଭବନ ରେ ପହଞ୍ଚି ବିଜେଡିରେ ଯୋଗଦାନ କରିଛନ୍ତି। ସବୁଠୁ ଚର୍ଚ୍ଚା ର ବିଷୟ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଓ କଲାହାଣ୍ଡି ଜିଲ୍ଲା ର ଜଣେ ଅଗ୍ରଣୀ କାର୍ଯ୍ୟଦକ୍ଷତା ଥିବା ବ୍ଲକ ଉପାଧ୍ୟକ୍ଷ ହଠାତ ବିଜେଡି ରେ ଯୋଗଦାନ ଦେବା ନିଜ ସମର୍ଥକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି ରାଜୁ ଭାଇ ଧର୍ମଗଡ଼ ନିର୍ବାଚନ ରେ ବିଧାୟକ ପାଇଁ ଆଶାୟୀ ଅଛନ୍ତି ନ ହେଲେ ବିଜେଡିର ରାଜନୈତିକ ଚାପ ଯୋଗୁଁ ଯୋଗଦାନ କରୁଥିବା ସନ୍ଦେହ ହେଉଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଫୁପ ଗାଁ ପଞ୍ଚାୟତ ରୁ ସମିତି ସଭ୍ୟ ଭାବେ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇ କୋକସରା ବ୍ଲକ ଉପାଧ୍ୟକ୍ଷ ଭାବେ କାର୍ଯ୍ୟଭାର ସମ୍ଭାଳି ଥିବା ସମସ୍ତଙ୍କ ପ୍ରିୟ ରାଜୁ ଭାଇ ବ୍ଲକ ର ସମସ୍ତ ପଞ୍ଚାୟତ ର ମୌଳିକ ଆବଶ୍ୟକତାକୁ ପୂରଣ ନିମନ୍ତେ ଅନେକ ସମୟରେ ସାହାସିକ ପଦକ୍ଷେପ ନେଇ ଉନ୍ନତି ର ଶିଖରରେ ପହଞ୍ଚାଇ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଅସହାୟ ପ୍ରତି ସହାୟତା ହେଉ ଅବା ଅନାଥ ଙ୍କ ସବାସତ୍କାର, ରାସ୍ତା କଡରେ ବୁଲୁଥିବା ମାନସିକ ବିକାରଗ୍ରସ୍ତ, ଦୁଃଖୀ ଦରିଦ୍ର ଙ୍କ ସହାୟତା ରେ ସର୍ବଦା ସହଯୋଗ ର ହାତ ବଢ଼େଇଥିବା ଜଣାଯାଏ। ଚାଷୀଙ୍କ ହିତ ସାଧନ ପାଇଁ ମେଗା ଲିଫ୍ଟ କେନାଲରୁ ଜଳସେଚନ ପାଇଁ ପ୍ରଶାସନକୁ ପ୍ରସ୍ତାବ ଦେବା, ବିକ୍ରି ବ୍ୟବସ୍ଥା ପାଇଁ ନୂତନ ମଣ୍ଡି ଖୋଲିବା, ଅଣ ଜଳସେଚିତ ଅଞ୍ଚଳ ର ଚାଷୀଙ୍କ ପାଇଁ ଶସ୍ୟବୀମା ପ୍ରଦାନ, ନିଜ ଉଦ୍ୟମରେ ମହିମା ଠାରେ ଜଳସେଚନ ନାଳ କରିବା, ଉପାନ୍ତ ଅଞ୍ଚଳ ରେ ରାସ୍ତା ଓ ପୋଲ ନିର୍ମାଣ, ଧର୍ମଗଡ଼ କୁ ଜିଲ୍ଲା ମାନ୍ୟତା, ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ,ମୁଟୁରା ନଦୀରେ ବ୍ରିଜ,ଜଳଉତ୍ସ ନିର୍ମାଣ ଦିଗରେ ବିଭାଗୀୟ ଅଧିକାରୀଙ୍କୁ ପ୍ରସ୍ତାବ ଦେବା ଓ କାର୍ଯ୍ୟ ସମ୍ପାଦନ ଦିଗରେ ଅନେକ ଲୋକାଭିମୁଖୀ କାର୍ଯ୍ୟ କରିଥିବା ଏଭଳି ଜଣେ ବ୍ୟକ୍ତିତ୍ୱ ଓ ଲୋକ ପ୍ରତିନିଧି ଆଗକୁ ଥିବା ସାଧାରଣ ନିର୍ବାଚନ ରେ ଯଦି ଦଳୀୟ ଟିକେଟ ପାଇଲେ ସହଜରେ ବିଜୟ ଲାଭ କରିବେ ବୋଲି ଚା ଖଟିରୁ ଆରମ୍ଭ କରି ରାଜନୈତିକ ବିଶେଷଜ୍ଞ ମାନେ ଚର୍ଚ୍ଚା କରୁଥିବା ଓ ରାଜନୈତିକ ପାଣିପାଗ ସରଗରମ ହୋଇ ଉଠିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.