ରୁପ୍ରାରୋଡ-ପଲମରୁ ଭୁବନେଶ୍ବରକୁ ସୁଗମ ହେଲା ବସ ଯାତ୍ରା; ନର୍ଲାରୁ ଏସି ଡିଲକ୍ସ ବସର ଶୁଭାରମ୍ଭ କଲେ ବିଧାୟକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୋମବାର ସନ୍ଧ୍ୟାରେ ନର୍ଲାରୁ ଭୁବନେଶ୍ବର ଗଡିଛି ସରକାରୀ ଏସି ଡିଲକ୍ସ ବସ। ଏହା ପ୍ରତିଦିନ ସନ୍ଧ୍ୟା ୬.୩୦ରେ ନର୍ଲାରୁ ବାହାରି ରୁପ୍ରାରୋଡ-ପଲମ-ରିଷିଡା- ସୋନପୁର ଦେଇ ଭୁବନେଶ୍ବରରେ ସକାଳ ୬.୩୦ ପହଞ୍ଚିବ। ଠିକ ସେହିପରି ଏହା ଭୁବନେଶ୍ଵରରୁ ସନ୍ଧ୍ୟା ୬.୨୦ରେ ବାହାରି ନର୍ଲାରେ ପରଦିନ ସକାଳ ୬.୩୦ରେ ପହଞ୍ଚିବ। ସୋମବାର ସନ୍ଧ୍ୟାରେ ନର୍ଲା ବିଧାୟକ ଭୁପିନ୍ଦର ସିଂ ସବୁଜ ପତାକା ଦେଖାଇ ବସର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ନର୍ଲା ଜିଲ୍ଲାପରିଷଦ ସଦସ୍ୟ ହରିଶଙ୍କର ମାଝୀ ଓ ଲିଲି ଦୀପ, ଓଏସଆରଟିସି କର୍ମଚାରୀ ସଂଘ କଳାହାଣ୍ଡିର ସାଧାରଣ ସମ୍ପାଦକ ମୋହନ ଭଟ୍ଟ, ଯୁବ ଉଦ୍ୟୋଗପତି ବିମଲ କୁମାର କେଡିଆ, ସର୍ଗିଗୁଡା ସମିତି ସଭ୍ୟ ଚିରଞ୍ଜିବୀ ଗୈାଡିଆ, ଯୁବନେତା ହମେଶ ଜୈନ, କୌତୁକ ଖମାରୀ, କିଶୋର ମାଝୀ, ନର୍ଲା ବିଜେଡ଼ି ସଭାପତି ପରେଶ ପଧାନ, ସାଧାରଣ ସମ୍ପାଦକ ଭୋପାଲ ନାଗ, ନର୍ଲାର ବରିଷ୍ଠ ନାଗରିକ ପୂର୍ଣ୍ଣଚନ୍ଦ୍ର ସାହୁ, କଲ୍ୟାଣ କୁମାର ସାହୁ, ଶିକ୍ଷାବିତ୍ ସୁବାଷ ଚନ୍ଦ୍ର ଚାନ୍ଦ, ପର୍ଶୁରାମ ଦାସ, ବିନୋଦ ଭଞ୍ଜ, ସୁରେଶ ଚନ୍ଦ୍ର ଦାସ, ବସର ଡ୍ରାଇଭର ଲକ୍ଷ୍ମଣ ମୁଖି, ପିଣ୍ଟୁ ସାହୁ, କଣ୍ଡକଟର ବଦ୍ରି ନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ନର୍ଲା ବିଧାୟକ ପ୍ରଥମ ଯାତ୍ରୀ ଭାବେ ବସରେ ଯାତ୍ରା କରିଛନ୍ତି। ତାଙ୍କୁ ମାଣ୍ଡେଲ, ରୁପ୍ରାରୋଡ, ରୁପ୍ରା, ପଲମ, ରିଷିଡା ଆଦି ବିଭିନ୍ନ ଛକରେ ଜନସାଧାରଣଙ୍କ ପକ୍ଷରୁ ଉଚ୍ଛଶିତ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ତେବେ ଏହି ବସ ଚାଲିବା ଯୋଗୁଁ ବ୍ଲକର ଉପାନ୍ତ ଅଞ୍ଚଳର ଶହ ଶହ ଯାତ୍ରୀ ଉପକୃତ ହେବେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.