ତାରା ତାରିଣୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ସେମିନାର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଏନଏସିରେ ଥିବା ତାରାତାରିଣୀ ମହାବିଦ୍ୟାଳୟର ରାଜନିତି ବିଜ୍ଞାନତରଫରୁ ‘ଭାରତୀୟ ଦଳୀୟ ବ୍ୟବସ୍ତାର ସାମ୍ପ୍ରତିକ ଧାରା’ ଉପରେ ଏକ ପାଠଚକ୍ର ଆୟୋଜିତ ହୋଇ ଯାଇଛି। ମହାବିଦ୍ୟାଳୟର ଅଧକ୍ଷ ଡ଼. ସିମାଞ୍ଚଳପଟନାୟକ ଙ୍କ ଅଧକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟଳୟର ପ୍ରାକ୍ତନ ପ୍ରଫେସର ଡ଼. ବିଷ୍ଣୁଚରଣ ଚୌଧୁରୀ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଭାରତୀୟ ଦକୀୟ ବ୍ୟବସ୍ତାର ନୂତନ ଧାରା ଗୁଡ଼ିକ ଉପରେ ଆଲୋକପାତକରି ଥିଲେ |

ସମ୍ମାନିତ ଅତିଥି ଭାବେ ମହା ବିଦ୍ୟାଳୟର ପରିଚାଳନା ପରିଷଦର ସଭାପତି ଵାସୁଦେବ ମହାପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ। ଭାରତୀୟ ଗଣତନ୍ତ୍ର ଉପରେ ଉଦବୋଧନ ଦେଇ ଥିଲେ | ଏହି କାର୍ଯ୍ୟକ୍ରମରେ ବିଭୀଗୀୟ ମୁଖ୍ୟ ସୁଶାନ୍ତ କୁମାର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ | ଯୁକ୍ତ ୩ ଛାତ୍ରୀ ସୁଶ୍ରୀ ଶୁଭଶ୍ରୀ ବେହେରା, ବିଭାଗୀୟ ଅଧ୍ୟାପକ ସମୀର କୁମାର ମିଶ୍ରଙ୍କ ତତ୍ୱାବଧାନରେ ସନ୍ଦର୍ଭ ପାଠ କରିଥିଲେ | ଉକ୍ତ ପାଠ ଚକ୍ରରେ ମହାବିଦ୍ୟଳୟର ବହୁ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ରହିଥିଲେ | ବହୁ ଛାତ୍ରଛାତ୍ରୀ ରାଜନୀତି ଉପରେ ଅନେକ ପ୍ରଶ୍ନ ପଚାରି ଥିଲେ ତା’ର ଉତ୍ତର ଆଧ୍ୟାପକ ଡ଼ ସମୀର କୁମାର ମିଶ୍ର ଦେଇଥିଲେ | ମହାବିଦ୍ୟାଳୟର ଅଧକ୍ଷ ଡ଼ ସିମାଞ୍ଚଳ ପଟନାୟକ ମୁଖ୍ୟ ବକ୍ତାଙ୍କ ବିଶ୍ଵବିଦ୍ୟାଳୟରେ କାମ କରିବା ସମୟର କାର୍ଯ୍ୟକାରିତା ଓ ଦକ୍ଷତା ଏହି ବିଦ୍ୟାଳୟ ପ୍ରତି ତାଙ୍କର ଉପକାରିତା ଉପରେ ସମସ୍ତଙ୍କୁ ଜଣାଇଥିଲେ |

ପ୍ରାକ୍ତନ ପ୍ରଫେସରଙ୍କ ତିନି ଜଣ ଶିଷ୍ୟ ଏହି ମହାବିଦ୍ୟାଳୟ ରେ ଅଧ୍ୟାପକ ଥିବା ସୁଶାନ୍ତ, ସମୀର, ଦେବୀ ପ୍ରସାଦ କାର୍ଯ୍ୟ କରୁଥିବାରୁ ସେ ଆଜି ଗର୍ବିତ ବୋଲି କହିବା ସହ ଏହି ତିନି ଶିଷ୍ୟ ମଧ୍ୟ ଗୁରୁଙ୍କୁ ବକ୍ତା ଭାବେ ଡ଼ାକି ସେମାନେ ଏବେ ବି ସବୁକିଛି ପାଇଛନ୍ତି ବୋଲି କହି ଗୁରୁଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣ, ସବୁ ଛାତ୍ର, ଛାତ୍ରୀ ଙ୍କୁ ଭଲ ପାଇବା ଓ ତାଙ୍କୁ ଦେଇଥିବା ଶିକ୍ଷା ଆଜି ସେମାନେ ଏହି ମହା ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ଙ୍କୁ ଶିକ୍ଷା ଦେଉଛନ୍ତି | ସେଥିପାଇଁ ଏପରି ଗୁରୁ ପାଇ ସେମାନଙ୍କ ସହିତ ଉପସ୍ଥିତ ଛାତ୍ର, ଛାତ୍ରୀ ବହୁତ ଖୁସି ହୋଇ ବକ୍ତାଙ୍କ ନୀତିବାଣୀ, ନୀତିଶିକ୍ଷାକୁ ଗ୍ରହଣ କରିଥିଲେ | ଶେଷରେ ଦେବୀ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.