କଲମପୁର ଥାନରେ ନୂତନ ଥାନାଧିକାରୀ ଭାବେ ଯୋଗଦେଲେ ପ୍ରଦୀପ୍ତ କୁମାର କାନୁନଗୋ

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): କଳାହାଣ୍ଡି ଜିଲ୍ଲା କଲମପୁର ଥାନାରେ ଅବସ୍ଥାପିତ ଥାନାଧିକାରୀ ଜିତେନ୍ଦ୍ର ବିଶ୍ଵାଳଙ୍କ ବଦଳି ପରେ ସେହି ସ୍ଥାନରେ ଯୋଗ ଦେଇଛନ୍ତି ପ୍ରଦୀପ୍ତ କୁମାର କାନୁନଗୋ। ନିର୍ବାଚନ ଆଚରଣ ସଂହିତା ନିୟମାନୁସାରେ କେତେକ କର୍ମଚାରୀ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି। ସେହି ପ୍ରକ୍ରିୟାରେ କଲମପୁରରୁ ଶ୍ରୀ ବିଶ୍ଵାଳଙ୍କୁ ସ୍ଥାନାନ୍ତର କରାଯାଇ ଶ୍ରୀ କାନୁନଗୋଙ୍କୁ ଏଠାରେ ଅବସ୍ଥାପିତ କରାଯାଇଛି। ପ୍ରଥମ ଦିନରୁ ହିଁ ଶ୍ରୀ କାନୁନଗୋ ମେଲାପି ଓ ମିଷ୍ଟଭାଷୀ ଲୋକପ୍ରିୟ ଭାବେ ଜନ ସାଧାରଣରେ ଆଦୃତ ହୋଇପାରିଛନ୍ତି। ସେ ପୂର୍ବରୁ ଯାଜପୁର ଜିଲ୍ଲା ବଡଚଣା ଥାନାରେ କାର୍ଯ୍ୟରତ ଥିଲେ, ସେଠାରୁ ତାଙ୍କୁ କଳାହାଣ୍ଡି ଜିଲ୍ଲାକୁ ବଦଳି ହେବା ପରେ ସେ ଜିଲ୍ଲା ମୁଖ୍ୟାଳୟରେ ନିୟୋଜିତ ଥିଲେ। ସେଠାରୁ ଗତକାଲି କଲମପୁର ଥାନାକୁ ବଦଳି ହୋଇ ଆସିଛନ୍ତି। ଆଜି ରବିବାର ଦିନ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର କୁମାର ନାଏକ, ଚକ୍ରଧର ନାଏକ, ଶେଷଦେବ ନାଏକ, ଶରତ ଚନ୍ଦ୍ର ସୁନାନୀ, ଅଜିତ ପୁଝାରୀ, ଟଙ୍କଧର ବିହାରୀ, ଭୂଜରାଜ ଛତ୍ରିଆଙ୍କ ସମେତ କଲମପୁର ସରପଞ୍ଚ ପ୍ରତିନିଧି ଚତୁର୍ଭୁଜ ପଣ୍ଡା ପ୍ରମୁଖ ଥାନାଧିକାରୀ ଶ୍ରୀ କାନୁନଗୋଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ। ଆଇନର ରକ୍ଷକ ଭାବେ ଜନତାଙ୍କ ସେବା ଅକ୍ଷୁର୍ଣ୍ଣ ରହିବ ଓ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି ଥାନାଧିକାରୀ ଶ୍ରୀ କାନୁନଗୋ ମତ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.