ବ୍ରାଉନ ସୁଗର ଜବତ, ୨ ଗିରଫ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡ଼ା ସହରରେ କଫ ସିରପ କାରବାରରେ ଗିରଫ ହୋଇ ଜାମିନରେ ବାହାରକୁ ଆସିଥିବା ଦୁଇ ଯୁବକ ପୁଣି ନିଶାଦ୍ରବ୍ଯ କାରବାର ବାରରେ ଅବକାରୀ ବିଭାଗ ଦ୍ବାରା ଗିରଫ ହୋଇଛନ୍ତି। ସୂଚନାରୁ ପ୍ରକାଶ ଯେ, ସୋମବାର ସକାଳୁ କୌଣସି ସୂତ୍ରରୁ ଖବର ପାଇ ନୂଆପଡ଼ା ଅବକାରୀ ରେଞ୍ଜ ଇନ୍ସପେକ୍ଟର ହିରାବତୀ ଥାଟିଙ୍କ ନେତୃତ୍ବରେ ଏକ ଦଳ ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ କାଣ୍ଡେତରା ରାସ୍ତା ସ‌ତନାମିପଡ଼ାଠାରେ ଚଢାଉ କରିଥିଲେ। ନୂଆପଡ଼ା ସହରକୁ ନିଶାଦ୍ରବ୍ୟ ନେଇ ଆସୁଥିବା ଦୁଇ ଜଣ ଯୁବକକୁ ଗିରଫ କରି ସେମାନଙ୍କଠାରୁ ୪୦ ଗ୍ରାମ ବ୍ରାଉନ ସୁଗର, ୪୬୦ଟି ନାଇଟ୍ରୋସେନ-୧୦ ଟାବଲେଟ, ଗୋଟିଏ ନମ୍ବର ବିହୀନ ସ୍ଫୁଟି ଓ ମୋବାଇଲ ଫୋନ ଜବତ କରା ଯାଇଛି। ଗିରଫ ଦୁଇ ଯୁବକ ନୂଆପଡ଼ା ସିରତୋଲର ସତ୍ୟଜିତ ହରପାଲ ଓରଫ ନଜ୍ଜୁ (୩୪) ଓ ସାଗର ରଞ୍ଜନ ବଳ(୨୪) ବୋଲି ଜଣାପଡ଼ିଛି। ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ନିଶାଦ୍ରବ୍ୟ ଭଦ୍ରକରୁ ଏଠାକୁ ଅଣାଯାଇଛି। ସାଗର ବଳ ଭଦ୍ରକରୁ ନିଶାଦ୍ରବ୍ୟ ଧରି ସମ୍ବଲପୁର ଦେଇ ବଲାଙ୍ଗିର ଜିଲା ଲାଠୋରରେ ପହଞ୍ଚିଥିଲା। ନିଶାଦ୍ରବ୍ୟ ଆଣିବା ପାଇଁ ସତ୍ୟଜିତ ହରପାଲ ତାକୁ ଟଙ୍କା ଦେଇଥିଲା। ସାଗର ଲାଠୋରରେ ପହଞ୍ଚିବା ପରେ ସତ୍ୟଜିତର ସ୍ଫୁଟି ଯୋଗେ ତାକୁ ଆଣିବାକୁ ଯାଇଥିଲା। ଉଭୟ ନିଶା ଦ୍ରବ୍ୟ ଧରି ସ୍ଫୁଟି ଯୋଗେ ନୂଆପଡ଼ା ଆସୁଥିବା ବେଳେ ଅବକାରୀ ବିଭାଗ ସକାଳ ପ୍ରାୟ ପ୍ରାୟ ୯ଟା ସମଯରେ ତରବୋଡ-କାଣ୍ଡେତରା ରାସ୍ତାର ସତନାମି ପଡ଼ା ଛକରେ ସେମାନଙ୍କୁ କାବୁ କରିଥିଲା। ଉଭୟଙ୍କୁ ୯୮୫ ଏନଡିପିଏସ ଆକ୍ଟର ୨୧(ଏ) (ବି) ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.