ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ: ବାଦ୍ ପଡିଲେ ମୌଷଧୀ, ପୁଷ୍ପେନ୍ଦ୍ର ବିଜେଡ଼ି ପ୍ରାର୍ଥୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ବିଜେଡ଼ିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଧର୍ମଗଡ଼ ବିଧାୟକ ମୌଷଧି ବାଗଙ୍କ ଟିକେଟ କଟି ତାଙ୍କ ଯାଗାରେ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି। ଏଥର ମୌଷଧି ବାଗ ବାଦ୍ ପଡିବେ ବୋଲି ପୂର୍ବରୁ ଆଶଙ୍କା ସୃଷ୍ଟି ହୋଇଥିଲା। ଧର୍ମଗଡ଼ ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ପ୍ରାର୍ଥୀତ୍ଵ ନେଇ ଲୋକଙ୍କ ଦାବି ମଧ୍ୟ ରହିଥିଲା। ଟିକେଟ ରେସରେ ଧର୍ମଗଡ଼ର ସ୍ଥାନୀୟ ଯାଦବ ନେତା ମଧ୍ୟ ସାମିଲ ଥିଲେ। ତେବେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଶେଷରେ କଳାହାଣ୍ଡି ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ତେବେ ମୌଷଧି ବାଗଙ୍କ ସ୍ଥାନରେ ଟିକେଟ ପାଇବା ପାଇଁ ସ୍ଥାନୀୟ ଯାଦବ ଓ ଓବିସି ନେତାମାନେ ଆଶାୟୀ ଥିଲେ। ପ୍ରାର୍ଥୀ ଘୋଷଣା ହେବାପରେ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଇଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.