ଚତୁର୍ଥ ଥର ସୋନପୁରରୁ ବିଜେଡି ପ୍ରାର୍ଥୀ ହେଲେ ନିରଞ୍ଜନ ପୂଜାରୀ: ସୁବର୍ଣ୍ଣପୁର ଠାରେ ବିପୁଳ ସମ୍ବର୍ଦ୍ଧନା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ନିରଞ୍ଜନ ପୂଜାରୀଙ୍କୁ ସୋନପୁର ନିର୍ବାଚନ ମଣ୍ଡଳୀରୁ ୪ ଥର ପାଇଁ ଟିକେଟ ମିଳିବା ପରେ ପ୍ରାକ୍ତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀ ପୂଜାରୀଙ୍କୁ ଜିଲ୍ଲା ବିଜେଡି ଦଳ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶ୍ରୀ ପୂଜାରୀ ନିକଟ ପାଇବା ପରେ ନବୀନ ନିବାସରେ ମୂଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇ ନିଜ ନିର୍ବାଚନ ମଣ୍ଡଳୀକୁ ଫେରିବା ପରେ ମନମୁଣ୍ଡା ତେଲ ନଦୀ ବ୍ରିଜ ଠାରୁ ଦଳ ପକ୍ଷରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ପ୍ରଥମେ ନୂଆଁ ଟାଉନହଲ ଓ ନଳିନୀ ଛକ ଦେଇ ସ୍ଥାନୀୟ ଇଷ୍ଟଦେବୀ ମା ସୁରେଶ୍ଵରୀ ଙ୍କ ମନ୍ଦିର ଯାଏ ପାଛୋଟି ନିଆ ଯାଇଥିଲା। ଶ୍ରୀ ପୂଜାରୀ ପ୍ରଥମେ ମା ସୁରେଶ୍ଵରୀଙ୍କ ଦର୍ଶନ ଲାଭ କରି ଆଶୀର୍ବାଦ ଭିକ୍ଷା କରି ଥିଲେ ଏବଂ ଆଗାମୀ ଦିନରେ ସୁବର୍ଣ୍ଣପୁର ଅଞ୍ଚଳ ତଥା ରାଜ୍ୟର ସାମୂହିକ ବିକାଶ ଲାଗି ସଂକଳ୍ପ ନେଇଥିଲେ। ପରେ ପରେ ଉପସ୍ଥିତ ଦଳୀୟ ନେତା ଓ କର୍ମୀଙ୍କ ସହିତ ଆଲୋଚନା କରି ଆଗାମୀ ନିର୍ବାଚନର ରଣନୀତି ପ୍ରସ୍ତୁତ କରିବାକୁ ଓ ରାଜ୍ୟ ସରକାର ଶ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଓ ସଧାରଣ ବର୍ଗ ଲୋକଙ୍କ ବିକାଶ ଲାଗି ଲାଗୁ ହୋଇଥିବା ବିଭିନ୍ନ ଯୋଜନା ସବୁ ଉପରେ ପ୍ରଚାର ପ୍ରସାର କରିବାକୁ ଆହ୍ବାନ କରିବା ସହିତ ପରିବାର ସମ୍ପର୍କ ଅଭିଯାନ ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ପହଞ୍ଚାଇବାକୁ ଶ୍ରୀ ପୂଜାରୀ ଆହ୍ବାନ ଦେଇଥିଲେ। ବିଜେଡି ଜିଲ୍ଲା ସଭାପତି ସରୋଜ କମ୍ପ, ଉପ ସଭାପତି ରମେଶ ପୂଜାରୀ, ସୋନପୁର ବ୍ଲକ୍ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ, ଉପାଧ୍ୟକ୍ଷା ମଲ୍ଲିକା ଦାନୀ, ବିଜେଡି କାର୍ଯକାରୀ ସଭାପତି ଅଭିମନ୍ୟୁ କୁଶଳ, ପ୍ରାକ୍ତନ ନଗରପାଳ କଇରୁ ସ୍ବାଇଁ, ପ୍ରକାଶ ସାହୁ, ନଗର ସଭାପତି ଜନ୍ମଞ୍ଜୟ ପାତ୍ର, ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ରିକୁ ପଣ୍ଡା, ଶାଶ୍ଵତ ମିଶ୍ର, ଗୋପାଳ ବରାଇ, ବିଜେଡି ନେତା ସୁବାଷ ସେଠି, ତରଭା ଏନଏସି ଉପାଧ୍ୟକ୍ଷ ଗଗନ ଅଗ୍ରୱାଲ, ହିମାଂଶୁ ବିଶ୍ଵାଳ, ମାନଭଞ୍ଜନ ବେଦବାକ, ସତ୍ୟ ନାରାୟଣ ତ୍ରିପାଠୀ, ମନୋ ରଞ୍ଜନ ତ୍ରୀପାଠୀ, ସନ୍ତୋଷ ମିଶ୍ର, ଆନନ୍ଦ ପାତ୍ର, ରାଜ ସୁନା ପ୍ରମୁଖ ଜିଲ୍ଲାର ସମସ୍ତ ଅଞ୍ଚଳର ନେତା କର୍ମୀ ଏଥିରେ ସାମିଲ ରହି ବିଧାୟକ ପ୍ରାର୍ଥୀ ଶ୍ରୀ ନିରଞ୍ଜନ ପୂଜାରୀ ଶୁଭେଚ୍ଛା ଜଣାଇ ଉତ୍ସାହ ବଢ଼ାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.