୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ରେଭେନ୍ୟୁ ଓଏସଡି

ଓଡ଼ିଆ ବାର୍ତ୍ତା/ ନୂଆପଡା (ରାହୁଲ ବାଗ): ନୂଆପଡା ସହର ଗୁରୁବାର ସନ୍ଧ୍ୟାରେ ମିଶନ ଶକ୍ତି କେଫେ ଠାରେ ଜଣେ ଅଜଣା ଅଭିଯୋଗକାରୀଙ୍କ କାଗଜ ପତ୍ର ବାବଦକୁ ୩୦ ହାଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଭେନ୍ୟୁ ଓଏସଡି ନରେନ୍ଦ୍ର କୁମାର ଚନ୍ଦ୍ରକାର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ନରେନ୍ଦ୍ର ଚନ୍ଦ୍ରକାର ରେଭେନ୍ୟୁ ବିଭାଗରେ ବରିଷ୍ଠ କିରାଣୀ ହୋଇ ଅବସର ନେବା ପରେ ରିଏଗେଞ୍ଜ ହୋଇ ରେଭେନ୍ୟୁ ଓଏସଡି ଭାବେ ଜିଲ୍ଲପାଳ କାର୍ଯ୍ୟାଳୟର ରେଭନ୍ୟୁ ବିଭାଗରେ କାମ କରୁଥିଲେ। ଜଣେ ଅଜଣା ଅଭିଯୋଗକାରୀଙ୍କ ଜମିନ ଜମା ମାମଲାର ରଫା ଦଫା କାଗଜପତ୍ର ବାବଦକୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ହାତରେ ଧରାପଡିଛନ୍ତି। ଏହି ଚଢାଉରେ ନୂଆପଡା ଭିଜିଲାନ୍ସ ଡିଏସପି ଦୀନବନ୍ଧୁ ବେହେରା, ଇନ୍ସପେକ୍ଟର ଆଲୋକ ମହାପାତ୍ର ଓ ପ୍ରମିଳା ସୁନା, କ୍ଷିପ୍ର ଲେଖକ ସନ୍ତୋଷ ମହାନ୍ତି ଓ ଶିବ ପ୍ରସାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଭିଜିଲାନ୍ସ ଟିମ ନରେନ୍ଦ୍ର ଚନ୍ଦ୍ରକାରଙ୍କ ନୂଆପଡ଼ା ସ୍ଥିତ ସରକାରୀ କାର୍ଯ୍ୟାଳୟର ଯାଞ୍ଚ ପରେ ତାଙ୍କର ଖରିଆର ରୋଡ ବାସଭବନରେ ଯାଞ୍ଚ ଜାରି ରହିଥିବା ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.