ରାୟଗଡ,୨୨/୬ : ସିଟିଟିସି ଅନୁଷ୍ଠାନ ତରଫରୁ ରାୟଗଡ ସହରର ଚେକାଗୁଡା ଅଂଚଳ ଓ ୟୁଜିଏମାଆଇଟି କଲେଜ ପରିସରରେ ସଫେଇ କାର୍ଯ୍ୟକ୍ରମ ସଂପାଦନା କରାଯାଇଥିଲା । ସିଟିଟିସି ଅନୁଷ୍ଠାନର ଅରୁଣ ପ୍ରସାଦ ରଥ, ଡି.ମନୋଜ କୁମାର, ବିଜୟ ଦେଉ ଓ ସୁନାରାମ ଟୁଡୁଙ୍କ ସହ ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେହିପରି ପ୍ରତ୍ୟେକଙ୍କ ଘରୁ ଅଳିଆ ଆର୍ବଜନା ସଂଗ୍ରହ କରିଥିଲେ ଏବଂ ସ୍ୱଚ୍ଛତା ଉପରେ ଲୋକ ମାନଙ୍କୁ ସଚେତନ କରାଇଥିଲେ । ସିଟିଟିସି ଅନୁଷ୍ଠାନର ଏପରି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଂଚଳରେ ଉଚ୍ଚ ପ୍ରଂଶସା କରାଯାଇଥିଲା ।